Latest Odisha News

BREAKING NEWS

ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର ପୁରସ୍କାର ଜିତିଲା ଭୁବନେଶ୍ୱର

ଭୁବନେଶ୍ୱର: କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତି ମନ୍ତ୍ରୀ ମନୋହର ଲାଲ ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ତିନି ଦିନିଆ ସପ୍ତଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୪ର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କରିବା ସହ ବିଭିନ୍ନ ବର୍ଗରେ ରାଜ୍ୟ ଓ ସହରାଞ୍ଚଳଗୁଡ଼ିକୁ ପୁରସ୍କୃତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସହରକୁ ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ଭାବେ ଜାତୀୟ ପୁରସ୍କାର ମିଳିଛି । ସେହିପରି ଶ୍ରୀନଗର ଅଣମୋଟର ପରିବହନ ବ୍ୟବସ୍ଥା ଥିବା ସହର ପୁରସ୍କାର ପାଇଛି ।

ସ୍ଥାୟୀ ସହରାଞ୍ଚଳ ଗତିଶୀଳତା ସମାଧାନର ଅଗ୍ରଗତି ପାଇଁ ଉତ୍ସର୍ଗୀକୃତ ଏହି ପ୍ରମୁଖ କାର୍ଯ୍ୟକ୍ରମରେ କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖାନ ସାହୁ, ଗୁଜରାଟ ସରକାରଙ୍କ ଅର୍ଥ ଏବଂ ଶକ୍ତି ମନ୍ତ୍ରୀ କନୁଭାଇ ଦେଶାଇ, ଓଡ଼ିଶା ସରକାରଙ୍କ ଆବାସ ଏବଂ ନଗର ଉନ୍ନୟନ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଚିବ ଶ୍ରୀନିବାସ ଆର. କାଟିକିଥାଲା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.