ସମ୍ବଲପୁର : ଗୋଟିଏ ଦିନ ପାଇଁ ବାତିଲ ହୋଇଛି ଭୁବନେଶ୍ବର-ବଲାଙ୍ଗୀର ଇଣ୍ଟରସିଟି । ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସମ୍ବଲପୁର-ତାଳଚେର ସେକ୍ସନର ଅନୁଗୁଳ-କେରଜଙ୍ଗ ଷ୍ଟେସନ୍ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ରେଳବାଇର ମୁଖ୍ୟ ନିରାପତ୍ତା କମିସନର୍ ଉକ୍ତ ନୂଆ ଲାଇନ୍ ଯାଞ୍ଚ ଓ ସ୍ପିଡ୍ ଟ୍ରାଏଲ୍ କରିଛନ୍ତି।
ଏବେ ଏହି ଲାଇନ୍ର କମିସନିଂ ପାଇଁ ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟର୍ସିଟିକୁ ଆସନ୍ତା ୮ ତାରିଖ ଦିନ ପାଇଁ ବାତିଲ କରାଯାଇଛି। ଏହି ଦିନ ଉକ୍ତ ଟ୍ରେନର ଚଳାଚଳ ଉଭୟ ଦିଗରୁ ବାତିଲ ରହିବା ନେଇ ସୂଚନା ମିଳିଛି।
ଅନ୍ୟପଟେ ଜାନୁଆରୀ ୭ ଓ ୮ ତାରିଖ ଦିନ ଭୁବନେଶ୍ବର-ରାଉରକେଲା ଇଣ୍ଟରସିଟିର ସମୟରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଏହି ଟ୍ରେନ ଭୁବନେଶ୍ୱର ଷ୍ଟେସନରୁ ୭ ତାରିଖ ଦିନ ୧ଟା ୪୦ ପରିବର୍ତ୍ତେ ଦିନ ୨ଟା ୪୦ ଓ ୮ ତାରିଖ ଦିନ ୩ଟା ୫୫ରେ ଛାଡିବା ନେଇ ରେଳବିଭାଗ ପକ୍ଷରୁ ସୂଚନା ମିଳିଛି।
Comments are closed.