Latest Odisha News

BREAKING NEWS

ଟୀକା ନେବାକୁ ଅମଙ୍ଗ ୬୯% ଭାରତୀୟ : ସର୍ଭେ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ଭାରତରେ ଆରମ୍ଭ ହେବାକୁ ଯାଉଛି କରୋନା ପାଇଁ ଟିକାକରଣ । କରୋନା ଯୋଗୁଁ ଲୋକ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଲୋକେ ଚାତକ ଭଳି ଏହାର ଟୀକାକୁ ଚାହିଁ ବସିଥିଲେ।

ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଏବଂ ସେରମ୍‌ ଇନଷ୍ଟିଚ୍ୟୁଟ୍‌ର କୋଭିସିଲ୍ଡଟିକା ଓ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଟିକାକୁ ଗତ ସପ୍ତାହରେ ଡିସିଜିଆଇ ମଂଜୁରି ଦେଇଥିବା ବେଳେ ଭାରତରେ ଖୁବ୍‌ଶୀଘ୍ର ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ନେଇ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଳିଛି।

ମାତ୍ର ଚିନ୍ତାର ବିଷୟ ଏହାକି ଯେ ପାଖାପାଖି ୧ ବର୍ଷ ହେବ କରୋନା ଯନ୍ତ୍ରଣାରେ ଛଟପଟ ହେଉଥିବା ଲୋକେ କୋଭିଡ ଟିକାକୁ ଚାହିଁ ବସିଥିବା ବେଳେ ଏବେ କିନ୍ତୁ ଟୀକାକରଣ ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି। ଏକଥା ଆମେ କହୁନୁ ଏହି ରିପୋର୍ଟ ଏକ ସର୍ଭେରୁ ପ୍ରକାଶ ପାଇଛି।

ଅନଲାଇନ୍‌ ପ୍ଲାଟଫର୍ମ ଲୋକାଲ୍‌ସର୍କଲ୍‌ସ ଦ୍ବାରା ହୋଇଥିବା ସ‌ର୍ଭେ ଅନୁଯାୟୀ ୬୯ ପ୍ରତିଶତ ଭାରତୀୟ ଏବେ ଟିକା ନେବାପାଇଁ ଅମଙ୍ଗ ହୋଇଛନ୍ତି । ଏହି ସର୍ଭେରେ ପାଖାପାଖି ୮,୭୨୩ ଜଣଙ୍କର ମତାମତ ନିଆଯାଇଥିଲା। ଏଥିରୁ କେବଳ ୨୬ ପ୍ରତିଶତ ନାଗରିକ ଟୀକା ନେବାକୁ କହିଥିବା ବେଳେ ୬୯ ପ୍ରତିଶତ ଭାରତୀୟ ଟିକା ନେବାପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି।

ଏହି ସଂସ୍ଥା ଦ୍ୱାରା ଅକ୍ଟୋବରରେ ହୋଇଥିବା ସର୍ଭେରେ ୬୧ ପ୍ରତିଶତ ଲୋକ ଟିକା ନେବାକୁ ଇଚ୍ଛା ପ୍ରକାଶ କରିନଥିଲେ। ଟୀକାକରଣ ଦ୍ୱାର କିଛି ପାର୍ଶ୍ବପ୍ରତିକ୍ରିୟା ନେଇ ପ୍ରାୟତଃ ସମସ୍ତେ ଚିନ୍ତିତ ଥିବା ଜଣାପଡିଛି।

 

Leave A Reply

Your email address will not be published.