Latest Odisha News

BREAKING NEWS

କର୍ଣ୍ଣାଟକ ସଙ୍କଟ: ଗୁରୁବାର ଦିନ ହେବ କୁମାରସ୍ୱାମୀ ସରକାରଙ୍କ ଶକ୍ତି ପରୀକ୍ଷା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଜାରି ରହିଥିବାବେଳେ ଆସନ୍ତା ଗୁରୁବାର ଦିନ କଂଗ୍ରେସ-ଜେଡିଏସ୍ ମେଣ୍ଟ୍ ଆସ୍ଥା ଭୋଟର ସମ୍ମୁଖୀନ ହେବେ ।

ବିଧାନସଭାରେ ସୋମବାର ଦିନ ବିଜେପି ବିଧାୟକମାନେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପରେ ଏହାର ନିଷ୍ପତ୍ତି ଜୁଲାଇ ୧୮ ତାରିଖରେ ହେବ ବୋଲି ଜଣାପଡିଛି ।

ପୂର୍ବରୁ ଆସ୍ଥା ଭୋଟ୍ ଲାଗି ତାରିଖ ନିର୍ଦ୍ଧାରଣ କରିବାକୁ କୁମାରସ୍ୱାମୀ ବାଚସ୍ପତିଙ୍କୁ କହିଥିବାବେଳେ ବିଜେପି ମଧ୍ୟ ଆସ୍ଥା ଭୋଟ୍ ସପକ୍ଷରେ ଯୁକ୍ତି ବାଢିଥିଲା । ଗୃହରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଆସନ୍ତା ଗୁରୁବାର ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ଆସ୍ଥାଭୋଟ୍ ପରେ ଯାଇ ବିଧାନସଭା ଚାଲିବ ବୋଲି ବାଚସ୍ପତି ପ୍ରକାଶ କରିଛନ୍ତି । ଫଳରେ ଆସନ୍ତା ଗୁରୁବାର ଦିନ ଏଚ.ଡି କୁମାରସ୍ୱାମୀଙ୍କ ସରକାରକୁ ନିଜର ଶକ୍ତି ପରୀକ୍ଷା ତଥା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡିବ।

ଅଧିକ ପଢନ୍ତୁ- କର୍ଣ୍ଣାଟକ ସଙ୍କଟ: ସୁପ୍ରିମକୋର୍ଟ ଜାରି କଲେ ସ୍ଥିତାବସ୍ଥା, ୧୬ରେ ଶୁଣାଣି

ତେବେ କର୍ଣ୍ଣାଟକରେ ସରକାର ଗଢିଥିବା କଂଗ୍ରେସ-ଜେଡିଏସ୍ ମେଣ୍ଟରୁ ନିକଟରେ ବହୁ ବିଧାୟକ ଇସ୍ତଫା ଦେଇଥିବାବେଳେ ସରକାରରେ ଘୋର୍ ରାଜନୈତିକ ସଙ୍କଟ ସୃଷ୍ଟି କରିଥିଲା । ଫଳରେ କର୍ଣ୍ଣାଟକରେ ଏହି ମେଣ୍ଟ ସରକାର ନିଜର ଶକ୍ତି ପରୀକ୍ଷାରେ ସଫଳ ବା ବିଫଳ ହେବ, ତାହା ଆସନ୍ତା ଗୁରୁବାର ଦିନ ଜଣାପଡିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।

Leave A Reply

Your email address will not be published.