Latest Odisha News

BREAKING NEWS

ମାନବାଧିକାର କମିଶନର ଦ୍ୱାରସ୍ଥ ହେଲେ ଭୁବନେଶ୍ୱର ବ୍ୟବସାୟୀ ପରବିନ୍ଦର ପାଲ ସିଂହ

ଭୁବନେଶ୍ୱର: ଜାନୁୟାରୀ ୧୪ ତାରିଖରେ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଂଚଳରେ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ତିନି ଦୁବୃର୍ତ୍ତଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ବ୍ୟବସାୟୀ ପରବିନ୍ଦର ପାଲ ସିଂହ ବୁଧବାର ଜାତୀୟ ଏବଂ ଓଡିଶା ମାନବାଧିକାର କମିଶନର ଦ୍ୱାରସ୍ଥ ହୋଇ ଅଭିଯୁକ୍ତଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ।

ପରବିନ୍ଦର ମାନବାଧିକାର କମିଶନ ଅଫିସରେ ଲିଖିତ ଅଭିଯୋଗ କରିଛନ୍ତି କି, ଏହା ଜାଣିବା ସତ୍ୱେ କି ତାଙ୍କୁ ଦିନରେ ହତ୍ୟା ଉଦ୍ୟମ କରାଯାଇଥିଲା । କାହିଁକି ତାଙ୍କ ଆକ୍ରମଣକାରୀ ଏଯାଏଁ ଧାରା ୩୦୭ ଅଧିନରେ ଗିରଫ ହୋଇନାହାଁନ୍ତି ? ଏ ପ୍ରସଙ୍ଗରେ ସେ ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ଅନଲାଇନ୍ ଅଭିଯୋଗ ମଧ୍ୟ ଦାଖଲ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ଜାନୁୟାରୀ ୧୪ ତାରିଖରେ ଶିଖ୍ ବ୍ୟବସାୟୀ ପରବିନ୍ଦର ପାଲ ସିଂହଙ୍କୁ ଲକ୍ଷ୍ମୀସାଗର ଅଂଚଳରେ କାର ପାର୍କିଂକୁ ନେଇ ତିନି ଜଣ ଦୁର୍ବୃତ୍ତ ମାଡ ମାରିଥିଲେ । ପରବର୍ତ୍ତୀ ଦିନ ପୋଲିସ ଅଧିକାରୀ ପୂର୍ବତନ ବିଜେଡି କର୍ପୋରେଟରଙ୍କ ପୁତୁରା ଦୀପକ ଜେନା ଓ ତାଙ୍କ ସହଯୋଗୀ ଶଙ୍କର ରାଉତ ଓ ଦୀପକ ମହାନ୍ତିଙ୍କୁ ଗିରଫ କରିଥିଲେ । କିନ୍ତୁ ଗିରଫ ହେବାର କିଛି ଘଣ୍ଟା ମଧ୍ୟରେ ଜାମିନ ପାଇ ଖଲାସ ହୋଇଯାଇଥିଲେ ଏବଂ ପୁଲିସ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅସମର୍ଥ ହୋଇଥିଲା ।

ପାରିପାଶ୍ୱର୍ିକ ପ୍ରମାଣ ଓ ଡାକ୍ତରୀ ରିପୋର୍ଟ ଆଧାରରେ ମାମଲା ରୁଜୁ କରାଯାଇଥିବା ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି । ସେପଟେ ଏସଡିଜେଏମ୍ କୋର୍ଟ ଜାନୁୟାରୀ ୨୨ ତାରିଖରେ ନୋଟିସ ଜାରି କରି ଫେବୃୃୃୃୃୃଆରୀ ୬ ତାରିଖରେ ତିନି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.