Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟକର ଘଟଣା; କାଫେ ସମ୍ମୁଖରେ ନିଜକୁ ଜାଳିଦେଲେ ଯୁବତୀ

ଭୁବନେଶ୍ୱର:ନିଜ ଦେହରେ ନିଆଁ ଲଗାଇ ଯୁବତୀଙ୍କ ଆତ୍ମଦାହ ଉଦ୍ୟମ । କାଫେ ସମ୍ମୁଖରେ ଜଣେ ଜଣେ ଯୁବତୀ ପେଟ୍ରୋଲ ଢାଳି ନିଜକୁ ଜାଳିଦେଇଛନ୍ତି । ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଥରଗାଡ଼ିଆ ଅଞ୍ଚଳରେ ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ଯୁବତୀଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଛି। ବୟଫ୍ରେଣ୍ଡଙ୍କ ସହ ମତାନ୍ତର ପାଇଁ ଯୁବତୀ ଜଣଙ୍କ ଏପରି କରିଥିବା ସୂଚନା ରହିଛି ।

ତେବେ ଘଟଣାସ୍ଥଳରୁ ଯୁବତୀଙ୍କ ପୁରୁଷବନ୍ଧୁଙ୍କୁ ପୋଲିସ ଅଟକ ରଖିଛି। ତାଙ୍କୁ ପଚରାଉଚରା କରାଯାଉଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ ଟିମ୍ କାଫେ ସମେତ ରାସ୍ତାର ଅନ୍ୟ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି।

ଯୁବତୀଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରୁ ଉନ୍ନତ ଚିକିତ୍ସା ପାଇଁ AIIMS ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଯୁବତୀଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଛି ବୋଲି ଡାକ୍ତର କହିଛନ୍ତି। ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ପୋଲିସ ସୂତ୍ରରୁ ଜଣାପଡିଛି।

ସୂଚନାଥାଉକି, ମଙ୍ଗଳବାର ରାତି ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ପଥରଗାଡ଼ିଆ ୨୦୦ ଫୁଟ୍ ରାସ୍ତାରେ ଜଣେ ୨୧ ବର୍ଷୀୟ ଯୁବତୀ ଜଣକ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ଇନ୍‌ଫୋସିଟି ଥାନାକୁ ସୂଚନା ମିଳିଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଯୁବତୀ ଜଣକ ପୂର୍ବରୁ ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ନର୍ସିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ କମ୍ପ୍ୟୁଟର ଅପରେଟର ଭାବେ କାମ କରୁଥିଲେ।

ପ୍ରାଥମିକ ତଦନ୍ତ ଅନୁସାରେ, ପ୍ରେମ ସମ୍ପର୍କକୁ ନେଇ ଯୁବତୀ ଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି। କିଛି ମାସ ପୂର୍ବରୁ ଯୁବତୀଙ୍କର ତାଙ୍କ ପ୍ରେମିକଙ୍କ ସହ ପ୍ରେମ ବିଚ୍ଛେଦ ହୋଇଥିଲା। ଯୁବତୀଙ୍କ ପ୍ରେମିକଙ୍କୁ ଘଟଣାସ୍ଥଳରୁ କାବୁ କରି ଅଟକ ରଖାଯାଇଛି । ତାଙ୍କୁ ପଚରାଉଚରା କରାଯାଉଛି ।

Leave A Reply

Your email address will not be published.