Latest Odisha News

ଏବେ ଶୁଳ୍କ ଦେବେ ରାଜଧାନୀର ସିନେମା ହଲ୍ ଓ କେବୁଲ୍ ଅପରେଟର୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସହରର ୯ଟି ସିନେମା ହଲ୍ ଓ ୬ଟି କେବୁଲ୍ ଅପରେଟର୍ ମାନଙ୍କୁ ଶୁଲ୍କ ପଇଠ କରିବାକୁ ନୋଟିସ୍ ଜାରି କରାଯାଇଛି ।
ଜାରି ନୋଟିସ୍ ଅନୁଯାୟୀ, ବିଏମସିର ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ ସିନେମା ହଲର ମାଲିକମାନେ ବିଭିନ୍ନ କମ୍ପାନୀ ଗୁଡିକର ବିଜ୍ଞାପନ ଦେଖାଇ ବହୁ ରାଜସ୍ୱ ଲାଭ କରୁଛନ୍ତି । ସେଥିପାଇଁ ତାଙ୍କୁ ନିଜ ରାଜସ୍ୱର ଏକ ଅଂଶ ବିଏମସିକୁ ଦେବାକୁ ପଡିବ ।
ଏହାବ୍ୟତିତ ସେମାନଙ୍କର ଓଭରହେଡ୍ କେବୁଲ୍ ପାଇଁ ବିଏମସିର ବିଦ୍ୟୁତ୍ ଖମ୍ବକୁ ବ୍ୟବହାର କରୁଥିବା ୬ଟି କେବଲ୍ ଅପରେଟରମାନଙ୍କୁ ମଧ୍ୟ ଶୁଲ୍କ ଦେବାକୁ ପଡିବ ।
ସିନେମା ହଲ୍ ମାଲିକମାନଙ୍କୁ ବିଏମସି ପକ୍ଷରୁ ଦିଆଯାଇଥିବା ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ବିଜ୍ଞାପନର ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି । ଯଦି ସେମାନେ ନିର୍ଦ୍ଦେଶ ନମାନନ୍ତି କିମ୍ବା ଏହାର ଖିଲାପ କରନ୍ତି, ତାହେଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି ।
ନୋଟିସ୍ ଜାରି ହୋଇଥିବା ସିନେମା ହଲ୍ ମଧ୍ୟରେ ରହିଛି- ଆଇନକ୍ସ (ଭବାନୀ ମଲ୍), ତମାଣ୍ଡୋ, ସିନେପଲିସ୍ (ଏସପ୍ଲାନେଡ୍), କେଶରୀ, ମହାରାଜା, ଶ୍ରୀୟା, ଶୃତି, ସ୍ୱାତି ଓ ଏକାମ୍ର ଟକିଜ୍ ଆଦି।

Comments are closed.