Latest Odisha News

BREAKING NEWS

ମା’ ଓ ଝିଅଙ୍କ ଉପରେ ମାଡିଗଲା ଏକ୍ସପ୍ରେସ୍ ଟ୍ରେନ୍, ଦୁହେଁ ମୃତ

ଯାଜପୁର: ଯାଜପୁର ରୋଡ଼ ରେଳ ଷ୍ଟେସନ ନିକଟରେ ଶନିବାର ଦିନ ହାୱଡା-ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଧକ୍କାରେ ୨ଜଣଙ୍କର ମୃତ୍ୟୁ ଘଟିଛି ।

BjdElectrycity

ଉଭୟ ମୃତକ ମାଆ ଓ ଝିଅ ହୋଇଥିବା ବେଳେ ତାଙ୍କ ଘର କୋରାଇ ଥାନା ଚାନ୍ଦମା ଅଞ୍ଚଳରେ ବୋଲି ସୁତ୍ରରୁ ପ୍ରକାଶ ।

ପ୍ରାପ୍ତ ସୂଚନାନୁଯାୟୀ ମା’ ଓ ଝିଅ ଦୁହେଁ ଯାଜପୁର ରୋଡ଼ ରେଳ ଷ୍ଟେସନ ନିକଟ ଅହମ୍ମଦନଗର ଠାରେ ରେଳ ଲାଇନ୍ ପାର୍ ହେଉଥିବାବେଳେ ଦୁର୍ଭାଗ୍ୟବଶତଃ ଟ୍ରେନଟି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା ।

ତେବେ ଏନେଇ ରେଳବାଇ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.