Latest Odisha News

ଭୁବନେଶ୍ୱରରେ ପ୍ରତିଦିନ ହେବ ୨୦୦୦ କୋଭିଡ ଟେଷ୍ଟ !

ଭୁବନେଶ୍ୱର: ରାଜଧାନୀରେ ହୁହୁ ହୋଇ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାର ମୁକାବିଲା ନିମନ୍ତେ ରାଜଧାନୀ ସମେତ ୪ ଟି ଜିଲ୍ଲାରେ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଅବଧି ମଧ୍ୟରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଦିନକୁ ପ୍ରାୟ ୨୦୦୦ କୋଭିଡ ପରୀକ୍ଷା କରିବାକୁ ଯୋଜନା କରିଛି।

ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀରେ ଏପର୍ଯ୍ୟନ୍ତ ମୋଟ ୧୩୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ବିଏମସି କର୍ତ୍ତୃପକ୍ଷଙ୍କ ଦାବି ଅନୁଯାୟୀ, ସେମାନେ ଏପର୍ଯ୍ୟନ୍ତ ୫୪,୦୦୦ ରୁ ଅଧିକ ନମୁନା ସଂଗ୍ରହ କରି ପରୀକ୍ଷଣ କରିଛନ୍ତି।

ବିଏମସି ଅଧିକାରୀ ଦେଇଥିବା ସୁଚନା ଅନୁଯାୟୀ, ଯେ ଗୋଟିଏ ଦିନରେ ପାଖାପାଖି ୧୪୦୦ ଟି କୋଭିଡ ପରୀକ୍ଷା କରାଯାଏ, ଯାହା ଅତି ଶୀଘ୍ର ୫୦ ରୁ ୬୦ ପ୍ରତିଶତକୁ ବୃଦ୍ଧି କରାଯିବ। ମୁଖ୍ୟତଃ ବସ୍ତି ଅଞ୍ଚଳରୁ ପରୀକ୍ଷଣ ନିମନ୍ତେ ନମୁନା ସଂଗ୍ରହ କରାଯିବ ।

Comments are closed.