Latest Odisha News

ସୁପ୍ରିମକୋର୍ଟରେ ରାଜସ୍ଥାନ ବାଚସ୍ପତିଙ୍କ ପିଟିସନର ଆଜି ଶୁଣାଣି

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ବାଚସ୍ପତି ସି. ପି. ଯୋଶୀଙ୍କ ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ସଚିନ ପାଇଲଟ୍ ଓ ଅନ୍ୟ ୧୮ ବିଧାୟକଙ୍କ ବିରୋଧରେ ବାଚସ୍ପତି ୨୪ ତାରିଖ ଭିତରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ନାହିଁ ବୋଲି ରାଜସ୍ଥାନ ହାଇକୋର୍ଟ ଗତ ୨୧ ତାରିଖରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ ।

ଆସନ୍ତାକାଲି ହାଇକୋର୍ଟ ମାମଲାର ରାୟ ପ୍ରକାଶ କରିବାକୁ ଥିବା ବେଳେ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ସି. ପି. ଯୋଶୀ । ପିଟିସନରେ ଦର୍ଶାଇଛନ୍ତି ଯେ, ରାଜସ୍ଥାନ ହାଇକୋର୍ଟଙ୍କ ରାୟ ବାଚସ୍ପତିଙ୍କ କ୍ଷମତାକୁ ସଙ୍କୁଚିତ କରୁଛି ।

ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ବି. ଆର୍. ଗଭାଇ ଓ ଜଷ୍ଟିସ କୃଷ୍ଣ ମୁରାରୀଙ୍କୁ ନେଇ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ରାଜସ୍ଥାନ ପଲିଟିକାଲ୍ ହାଇଡ୍ରାମା ଭିତରେ ସୁପ୍ରିମକୋର୍ଟ କି ନିଷ୍ପତ୍ତି ଶୁଣାଇବେ ତାଉପରେ ନଜର ରହିଛି ।

Leave A Reply

Your email address will not be published.