Latest Odisha News

BREAKING NEWS

Bhubaneswar Club Elections: ଆଜି ଭୁବନେଶ୍ୱର କ୍ଲବ ନିର୍ବାଚନ: ସଭାପତି ଦୌଡ଼ରେ ଅସିତ ତ୍ରିପାଠୀ ଓ ପ୍ରଦୀପ ଜେନା

ଭୁବନେଶ୍ବର: ଭୁବନେଶ୍ବର କ୍ଲବ ନିର୍ବାଚନରେ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମହାଲଢ଼େଇ । ଭୁବନେଶ୍ୱର କ୍ଲବର ପରବର୍ତ୍ତୀ ସଭାପତି କିଏ ହେବେ ତାହା ଉପରେ ସମସ୍ତଙ୍କ ନଜର । ହେଭିୱେଟ ଅସୀତ ତ୍ରିପାଠୀ ତୃତୀୟ ଥର ନିର୍ବାଚନ ଲଢୁଛନ୍ତି। ପୂର୍ବରୁ ୨ ଥର ଭୁବନେଶ୍ବର କ୍ଲବ ସଭାପତି ରହିଥିବା ବେଳେ ଏଥର ଜିତିଲେ ହ୍ୟାଟ୍ରିକ କରିବେ। ଅନ୍ୟପଟେ ଅବସର ପରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ପଦ ସମ୍ଭାଳିଥିବା ପ୍ରଦୀପ ଜେନା ପ୍ରଥମ ଥର କ୍ଲବ ନିର୍ବାଚନକୁ ଓହ୍ଲାଇଛନ୍ତି।

ଶନିବାର ନିର୍ବାଚନ ପାଇଁ ଇ-ଭୋଟିଂ ଅନୁଷ୍ଠିତ ହୋଇଥିଲେ ମଧ୍ୟ, ରବିବାର ପାଇଁ ବାଲାଟ୍ ଉପରେ ଭୋଟ୍ ଦିଆଯିବା ସ୍ଥିର ହୋଇଛି। ରବିବାର ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ଭିତରେ କ୍ଲବକୁ ଆସି ମତଦାନ କରିପାରିବେ। ରବିବାର ସନ୍ଧ୍ୟା ୬ଟା ପରେ ଫଳାଫଳ ଘୋଷଣା କରାଯିବ।

ଦୁଇଥର ସଭାପତି ହୋଇଥିବା ଅସୀତ ତ୍ରିପାଠୀ “ବିକାଶ ଏକା ଯାତ୍ରା ” ସ୍ଲୋଗାନ ଦେଇ ଭୋଟ ମାଗୁଥିବା ବେଳେ, ପ୍ରଦୀପ ଜେନା ୨୩୨୧ ଜଣ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ “ଭୋଟ୍ ଫର ଚେଞ୍ଜ” ନାରା ରହିଛି ।

ତ୍ରିପାଠୀଙ୍କ ପ୍ୟାନେଲରେ ବ୍ୟବସାୟୀ ଟୁଟୁଲ କିଶୋର ଦାସ (ସଚିବ), ବ୍ୟବସାୟୀ ପ୍ରଗତି କୁମାର ମହାନ୍ତି (ଉପସଭାପତି) ଏବଂ ବ୍ୟବସାୟୀ ସମ୍ବିତ ମହାନ୍ତି (ଯୁଗ୍ମ ସମ୍ପାଦକ) ଅଛନ୍ତି। ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ପ୍ରଦୀପ ଜେନା ପ୍ୟାନେଲର ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଲଳିତ ଦାସ (ସଚିବ), ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ପି ଭି ମୋହନ (ଉପସଭାପତି) ଏବଂ ପ୍ରଶାନ୍ତ ନାଥ (ଯୁଗ୍ମ ସଚିବ)ଙ୍କ ସହିତ ହେଉଛି।

ଉଭୟ ଦଳ ସମାନ କାର୍ଯ୍ୟକାରୀ କମିଟି ସଦସ୍ୟ ପଦବୀ ପାଇଁ ଛଅ ଜଣ ପ୍ରାର୍ଥୀଙ୍କୁ ଛିଡ଼ା କରିଛନ୍ତି । ୧୯୨୨ ଜଣ ବ୍ୟକ୍ତିଗତ ଏବଂ ୩୯୯ ଜଣ କର୍ପୋରେଟ୍ ଭୋଟରଙ୍କ ସମେତ ୨୩୨୧ ଜଣ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ମୁହାଁମୁହିଁ ହୋଇଛନ୍ତି ଅସିତ୍ ତ୍ରିପାଠୀ ଓ ପ୍ରଦୀପ ଜେନା।

Comments are closed.