Latest Odisha News

BREAKING NEWS

ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର

ଭୁବନେଶ୍ୱର: ଓଡ଼ିଶାରେ ଖରା ତାତି ବୃଦ୍ଧି ପାଉଥିବା ବେଳେ ଶନିବାର ଦିନ ସବୁଠାରୁ ଅଧିକ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର (୪୦.୬ ଡିଗ୍ରୀ)।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଭୁବନେଶ୍ୱର ବ୍ୟତୀତ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ବର, ଅନୁଗୁଳ ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ସାଧାରଣ ତାପମାତ୍ରାଠାରୁ ଅଧିକ ତାପମାତ୍ରା ରହିବ।

ଶୁକ୍ରବାର ଦିନ ଭୁବନେଶ୍ୱରର ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ରହିଥିଲା। ଯାହା ଗତ ୧୦ ବର୍ଷ ମଧ୍ୟରେ ଫେବୃଆରୀ ମାସର ସର୍ବାଧିକ ତାପମାତ୍ରା ରେକର୍ଡ। ୨୦୧୬ ମସିହା ଫେବୃଆରୀ ୨୦ରେ ୪୦.୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା ବେଳେ ୧୯୬୩ ମସିହା ଫେବୃଆରୀ ୨୩ରେ ୪୨.୭ ଡିଗ୍ରୀ ସେଲସିୟସ ଥିଲା।

Comments are closed.