Latest Odisha News

ରାଜ୍ୟରେ ସୁସ୍ଥ ହେଲେ ଆଉ ୫୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରକୁ ନେଇ ଦେଶରେ ଚିନ୍ତା ବଢୁଥିବା ବେଳେ, ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୫୬ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ସୁନ୍ଦରଗଡ଼ରୁ ସର୍ବାଧିକ ୧୦ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ସମ୍ବଲପୁରରୁ ୬ ଜଣ, ଝାରସୁଗୁଡ଼ାରୁ ୫, ବାଲେଶ୍ବର, ଖୋର୍ଦ୍ଧା ଓ ପୁରୀରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଦେବଗଡ଼, କୋରାପୁଟ ଓ ନୂଆପଡ଼ାରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ, ଭଦ୍ରକରୁ ୨ ଜଣ, ବୌଦ୍ଧ, କଟକ, ଗଞ୍ଜାମ ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫରିଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେଣି ୩ ଲକ୍ଷ ୩୪ ହଜାର ୫୧୯ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.