Latest Odisha News

BREAKING NEWS

ଭୁବନେଶ୍ୱରରେ ୨୫ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୨୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ଟପିଛି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।

ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୮୩ ଜଣ କ୍ୱାରେଣ୍ଟାଇନ୍ ଏବଂ ୨୩୮ଟି ସ୍ଥାନୀୟ ମାମଲା ରହିଛି ।

ସମସ୍ତ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଅପରପକ୍ଷରେ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୩୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ ୩୪୯୪ ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୨୧,୫୪୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଛଡା ୧୧୪ ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.