Latest Odisha News

BREAKING NEWS

୬ ଦିନ ବନ୍ଦ ରହିବା ପରେ ରାଜଧାନୀ ଏକ ନମ୍ବର ହାଟର ସଟର ଉଠିଲା

ଭୁବନେଶ୍ୱର: ଉଠିଲା ରାଜଧାନୀର ଏକ ନମ୍ବର ହାଟର ସଟର। ରାଜଧାନୀର ୟୁନିଟ୍-୧ରେ ଥିବା ଦୈନିକ ବଜାର ୬ ଦିନ ବନ୍ଦ ରହିବା ପରେ ବୁଧବାର ଖୋଲିଛି। ପାର୍କିଂ ପାଇଁ ଆବଶ୍ୟକ ସ୍ଥାନ ନଥିବା, ଡ୍ରେନେଜ୍ ସମସ୍ୟା, ଅସ୍ଥାୟୀ ଦୋକାନ ଦ୍ୱାରା ଜବର ଦଖଲ ଆଦି ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ବଜାରର ବ୍ୟବସାୟୀମାନେ ଦୋକାନ ବଜାର ବନ୍ଦ ରଖିଥିଲେ।

ବ୍ୟବସାୟୀମାନେ ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ (ବିଏମସି)କୁ ଭେଟି ମାର୍କେଟ୍ ଖୋଲିବା ପାଇଁ ରାଜି ହୋଇଥିଲେ। ବିଏମସି ପକ୍ଷରୁ ଉଠାଦୋକାନୀଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଆଉ ନିଷ୍ପତ୍ତି ଅନୁଯାୟୀ ଆଜିଠୁ ଖୋଲିଛି ଏକ ନମ୍ବର ହାଟ। ଖାଉଟିଙ୍କୁ ଆଶ୍ୱସ୍ତି ଦେବା ପାଇଁ ବ୍ୟବସାୟୀମାନେ ବୁଧବାର ଦୋକାନ ଖୋଲିବାକୁ ଏହି ନିଷ୍ପତ୍ତି ନେଇଛନ୍ତି।

ଏକ ନମ୍ବର ହାଟ ବନ୍ଦ ରହିବା ପରେ ରାଜଧାନୀ ବାସିନ୍ଦା ସମେତ ଅନେକ ଲୋକ ଅନେକ ସମସ୍ୟାର ସାମ୍ନା କରିଥିଲେ। ଅନେକ ଲୋକ ଅନ୍ୟ ମାର୍କେଟ ଯାଇ ନିଜର ଆବଶ୍ୟକତା ପୂରଣ କରୁଥିଲେ।

Leave A Reply

Your email address will not be published.