Latest Odisha News

BREAKING NEWS

ଆଜି ଦିଗପହଣ୍ଡିରେ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ :ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ: ଆଜି ଦିଗପହଣ୍ଡିରେ ହେବାକୁ ଯାଉଛି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ  । ଆଜି ଦିନ ୧୦ଟାରୁ ୧୧ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବାକୁ ଥିବାବେଳେ ୧୧ଟାରୁ ୧୧ଟା ୩୦ ମଧ୍ୟରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ  । ଏବଂ ଦିନ ୧୨ଟାରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ସମୟ ନିର୍ଘଣ୍ଟ ହୋଇଛି ।  ଦିନ ସାଢ଼େ ୧୨ଟାରୁ ୨ଟା ଯାଏଁ ଭୋଟିଂ ରହିଛି । ଗତ ଅଗଷ୍ଟ ୩୧  ତାରିଖରେ ମତଦାନ ବେଳେ ପ୍ରବଳ ହିଂସାତ୍ମକ ପରିସ୍ଥିତି ଉପୁଜିଥିଲା । ଯାହାକୁ ନେଇ ନିର୍ବାଚନକୁ ବାତିଲ କରାଯାଇଥିଲା  । ଆଜି ପୁଣି ଥରେ ଉପନିର୍ବାଚନ ହେବାକୁ ଯାଇଛି  । ତେଣୁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ନିର୍ବାଚନ ବେଳେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ନ ଉପୁଜେ ସେଥିଲାଗି ପ୍ରଶାସନ ଗୁରୁତ୍ବ ଦେଉଛି  । ସୁରକ୍ଷା ଲାଗି ୫ ପ୍ଳାଟୁନ୍ ପୋଲିସ ଫୋର୍ସ ମୂତୟନ କରାଯାଇଛି । ସେପଟେ ଯଦି ଦେଖିବା ଗତ କିଛି ଦିନ ହେବ ଗଞ୍ଜାମରେ ଅପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି  । ଏଠାରେ ଥିବା ନେତା ମାନଙ୍କୁ ଯେଉଁଭଳି ଭାବେ ହତ୍ୟା କରାଯାଉଛି  । ଯାହାକୁ ନେଇ ଜନ ପ୍ରତିନିଧି ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି  । ତେବେ ଭୟର ବାତାବରଣ ଭିତରେ ସମିତି ସଭ୍ୟଙ୍କୁ ଜନତା ପାଳି କରି ସୁରକ୍ଷା ଯୋଗାଇ ଦେଉଛନ୍ତି ।

Leave A Reply

Your email address will not be published.