ଭୁବନେଶ୍ବର : ଭୁବନେଶ୍ବର ଶୈଳଶ୍ରୀବିହାରରେ ମା’ ଝିଅଙ୍କୁ ଛୁରା ମାଡ଼ ଘଟଣାର ପର୍ଦ୍ଦାଫାଶ । ସାମ୍ବାଦିକ ସମ୍ମିଳନୀ କରି ଛୁରାମାଡ଼ ଘଟଣାର ପର୍ଦ୍ଦାଫାଶ କରିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । ଛୁରାମାଡ଼ ଘଟଣାରେ ରୂପେଶ ସମେତ ଅନ୍ୟ ଜଣଙ୍କୁ ପୋଲିସ ଗିରଫ କରିଛି । ମୋଟାମୋଟି ଭାବେ ଛୁରାମାଡ ଘଟଣାର ପୋଲିସ ଅଭିଯୁକ୍ତ ରୂପେଶ ପଣ୍ଡା ଓ ସହଯୋଗୀ ସଞ୍ଜୟ ପଣ୍ଡାକୁ ଗିରଫ କରିଛି । ରୂପେଶ ଓ ସଞ୍ଜୟ ଏକ ଗଣମାଧ୍ୟମ ପ୍ରତିଷ୍ଠାନରେ କାମ କରୁଛନ୍ତି ।
ଛୁରାମାଡ଼ ପାଇଁ ଅଭିଯୁକ୍ତ ରୂପେଶ ମାସକ ପୂର୍ବରୁ ଷଡ଼ଯନ୍ତ୍ର ରଚିଥିଲା । ଋଣ ଓ ଆର୍ଥିକ ସସମ୍ୟା ଦେଇ ଗତି କରୁଥିବା ରୂପେଶ ଲୁଟ ପାଇଁ କରିଥିଲା ଯୋଜନା । ଗତ ୧ ତାରିଖ ଦିନ ଅଟେରେ ଆସିଥିଲା । ଏବଂ ମହିଳା ବେଶରେ ପଡୋଶୀ ମହିଳାଙ୍କ ଘରକୁ ପଶିଥିଲା ରୂପେଶ । ଘରେ ପଶି ହଠାତ ଆକ୍ରମଣ କରିବା ସହ ଖେଳନା ବନ୍ଧୁକରୁ ଗୁଳି ମଧ୍ୟ ଫୁଟାଇଥିଲା । ତେବେ ସାହସର ସହିତ ମୁକାବିଲା କରିଥିଲା ଆକ୍ରମଣର ଶିକାର ହୋଇଥିବା ମା’ ଝିଅ । ଘଟଣାରେ ବ୍ୟବହୃତ ଛୁରି ଓ ବାଇକ ଜବତ କରିଛି ପୋଲିସ । ଲୁଟ୍ ପାଇଁ ରୂପେଶ ୧ନଂ ମାର୍କେଟରୁ ଛୁରି ଓ ଡ୍ରେସ କିଣିଥିଲା ବୋଲି ଡିସିପି ସୂଚନା ଦେଇଛନ୍ତି ।
Comments are closed.