Latest Odisha News

BREAKING NEWS

ଜୋରସୋରରେ ଆଣବିକ କାର୍ଯ୍ୟକ୍ରମ ଜାରି ରଖିଛି ଚୀନ, ଉଦବେଗ ପ୍ରକାଶ କଲା ଆମେରିକା

ନୂଆଦିଲ୍ଲୀ : ଜୋରସୋରରେ ଆଣବିକ କାର୍ଯ୍ୟକ୍ରମ ଜାରି ରଖିଛି ଚୀନ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛି ଆମେରିକା । ଚୀନର ଆଣବିକ କାର୍ଯ୍ୟକ୍ରମ ଏତେ ଦ୍ରୁତ ଗତିରେ ଆଗେଇଛି ଯେ, ଆସନ୍ତା ୨୦୨୭ ସୁଦ୍ଧା ଦେଶରେ ୭୦୦ରୁ ଅଧିକ ଆଣବିକ ଅସ୍ତ୍ର ଠୁଳ ହୋଇପାରିବ । ଏପରିକି ୨୦୩୦ ସୁଦ୍ଧା ଏହି ସଂଖ୍ୟା ୧ ହଜାର ଟପିବା ଆଶଙ୍କା ରହିଛି । ପେଣ୍ଟାଗନ ଯାହା ଆଶା କରିଥିଲା, ତାହାଠାରୁ ଯଥେଷ୍ଟ ଅଧିକ ସଂଖ୍ୟକ ଆଣବିକ ଅସ୍ତ୍ର ଚୀନ ଠୁଳ କରୁଛି ବୋଲି କୁହାଯାଇଛି ।

BjdElectrycity

ଭୂପୃଷ୍ଠ, ସମୁଦ୍ର, ଆକାଶମାର୍ଗ ଭିତ୍ତିକ ଆଣବିକ ଅସ୍ତ୍ର ଚୀନ ନିକଟରେ ରହିଥିବାରୁ ଚିନ୍ତିତ ହୋଇଛି ଆମେରିକା । ଗତ କିଛି ଦିନ ଧରି ଚୀନ ହାଇପରସୋନିକ ମିସାଇଲ ପରୀକ୍ଷା କରୁଥିବାରୁ ବିଶ୍ବର ଅନେକ ରାଷ୍ଟ୍ର ଚିନ୍ତାରେ ପଡିଛନ୍ତି । ଚୀନର ଆଣବିକ କାର୍ଯ୍ୟକ୍ରମ ଏକପାଖିଆ ଏବଂ ବିଶେଷ କରି ଆମେରିକାକୁ ଟକ୍କର ଦେବା ଲାଗି ଏହା ଉଦ୍ଦିଷ୍ଟ ବୋଲି ପେଣ୍ଟାଗନ କହିଛି । ଗତବର୍ଷ ପେଣ୍ଟାଗନ ଦର୍ଶାଇଥିଲା ଯେ, ଚୀନ ନିକଟରେ ୨୦୦ରୁ ଅଧିକ ଆଣବିକ ଯୁଦ୍ଧାସ୍ତ୍ର ରହିଛି ଏବଂ ୨୦୩୦ ସୁଦ୍ଧା ଏହି ସଂଖ୍ୟା ଦୁଇଗୁଣ ହେବ ।

ପଶ୍ଚିମାଞ୍ଚଳ ଚୀନରେ ଏହି ଆଣବିକ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ଆମେରିକା ଉପଗ୍ରହ ଚିତ୍ର ଜରିଆରେ ସୂଚନା ପାଇଛି । ଚୀନର ଆଣବିକ କାର୍ଯ୍ୟକ୍ରମ ନେଇ ଆମେରିକାର ପ୍ରତିରକ୍ଷା ବିଭାଗ ବି ଆଶଙ୍କା ବ୍ୟକ୍ତ କରିଛି । ପେଣ୍ଟାଗନ ନିଜର ରିପୋର୍ଟରେ ଦର୍ଶାଇଛି ଯେ, ଚୀନ ଏବେ ବିଶ୍ବ ଲାଗି ବିପଦ ସୃଷ୍ଟି କରିଛି । ୨୦୪୯ ସୁଦ୍ଧା ଚୀନର ପିପୁଲ୍ସ ଲିବରେସନ ଆର୍ମୀ ଏକ ବିଶ୍ବସ୍ତରୀୟ ବାହିନୀରେ ପରିଣତ ହେବ । ଏହାସହ ୨୦୨୭ ସୁଦ୍ଧା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆମେରିକାକୁ ଚାଲେଞ୍ଜ ଦେବା ଲାଗି ଚୀନ ଯୋଜନା କରୁଛି ବୋଲି ପେଣ୍ଟାଗନ କହିଛି ।

Leave A Reply

Your email address will not be published.