Latest Odisha News

BREAKING NEWS

ଭୁବନେଶ୍ୱରରୁ ସିଧା ଦୁବାଇକୁ ଉଡିବ ବିମାନ !

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବିଦେଶୀ ଯାତ୍ରୀଙ୍କ ଆଗମନ ବୃଦ୍ଧି ପାଉଥିବାବେଳେ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡାଣ ବ୍ୟବସ୍ଥା ଲାଗି କେନ୍ଦ୍ରକୁ ଚିଠି ଲେଖିଛନ୍ତି ଓଡିଶା ସରକାର ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖିଛନ୍ତି । ଓଡିଶା ଉଦ୍ୟୋଗିକ ନିବେଶ ଓ ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି ଯୋଗୁଁ ଏଠାକୁ ବିଭିନ୍ନ ଅନ୍ତର୍ଜାତୀୟ ତଥା ଭାଇସ୍ ଭର୍ସା ଗମନାଗମନରେ ବୃଦ୍ଧି ହେଉଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ଦୁବାଇକୁ ଯାତ୍ରୀସେବା ଆରମ୍ଭ କରିବା ଲାଗି ଅନେକ ଆନ୍ତର୍ଜାତିକ ଏୟାରଲାଇନ୍ସ ଇଚ୍ଛା ପ୍ରକାଶ କରୁଛନ୍ତି ।

Leave A Reply

Your email address will not be published.