Latest Odisha News

BREAKING NEWS

ହ୍ରିତିକଙ୍କ ‘ସୁପର ୩୦’: ପ୍ରଥମ ଦିନର ଆୟ ୧୧କୋଟି

ମୁମ୍ବାଇ: ଜୁଲାଇ ୧୨ ଶୁକ୍ରବାର ଦିନ ରିଲିଜ ହୋଇଛି ହ୍ରିତ୍ୱିକ୍ ରୋଶନଙ୍କ ଫିଲ୍ମ ‘ସୁପର ୩୦’ । ଫିଲ୍ମଟିକୁ ଦର୍ଶକଙ୍କ ଠାରୁ ଖୁବ୍ ଭଲ ରେସପନ୍ସ ମିଳିଛି ।

ମିଳିଥିବା ସୂଚନା ଅନୁସାରେ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ ୧୧କୋଟି ଟଙ୍କାର ବ୍ୟବସାୟ କରିଛି । ଆରମ୍ଭରୁ ଭଲ ବ୍ୟବସାୟ କରିଥିବା ଏହି ମୁଭି ଆଗକୁ ମଧ୍ୟ ଭଲ ବ୍ୟବସାୟ କରିବ ବୋଲି ସିନେ ସମୀକ୍ଷକ ମାନେ ମତ ଦେଇଛନ୍ତି ।

‘ସୁପର ୩୦’ ପାଟନାର ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ବାୟୋପିକ ଉପରେ ଆଧାରିତ । ଫିଲ୍ମରେ ହ୍ରିତ୍ୱିକ୍ ଆନନ୍ଦ କୁମାରଙ୍କ ଭୂମିକାରେ ନଜର ଆସିଛନ୍ତି । ସେ ଗରୀବ ପିଲାମାନଙ୍କୁ ମାଗଣାରେ ଆଇଆଇଟିର କୋଚିଙ୍ଗ ଦେଉଥିବାର ଦେଖିବାକୁ ମିଳିଛି ।

ନିର୍ମାଣ ମଝିରୁ ଏହାର ନିର୍ଦ୍ଦେଶକଙ୍କୁ ଫିଲ୍ମରୁ ବାହାର କରାଯିବା କାରଣରୁ ଫିଲ୍ମଟି ଅଧାରେ ଅଟକିଯିବା ସହ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟି ଥିଲା । ତେବେ ବହୁ ପ୍ରତିକ୍ଷା ପରେ ଫିଲ୍ମଟି ରିଲିଜ ହୋଇଛି ।

ଏହି ଫିଲ୍ମ ସହ ହ୍ରିତ୍ୱିକ ମଧ୍ୟ ଦୀର୍ଘ ୨ବର୍ଷ ପରେ ପରଦାକୁ ଫେରିଛନ୍ତି । ତାଙ୍କର ପୂର୍ବ ଫିଲ୍ମ କାବିଲ ୨୦୧୭ରେ ରିଲିଜ ହୋଇଥିଲା ।

ପ୍ରଥମ ଦିନରୁ ଭଲ ଆୟ କରିଥିବା କାରଣରୁ ଆଗକୁ ମଧ୍ୟ ଏହା ବହୁତ ଭଲ କଲେକ୍ସନ କରିବ ବୋଲି ‘ସୁପର ୩୦’ର ନିର୍ମାତାମାନେ ଆଶାପୋଷଣ କରିଛନ୍ତି ।

Leave A Reply

Your email address will not be published.