Latest Odisha News

BREAKING NEWS

ରାଜ୍ୟରେ ଶୀତ ଲହରୀ ବୃଦ୍ଧି; ଦାରିଙ୍ଗବାଡିରେ ପାରଦ ୯.୫ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗୁରୁବାର ଦିନ ପୁଣିଥରେ ଶୀତର ପ୍ରକୋପରେ ଥରିଛନ୍ତି ଓଡିଶାବାସୀ । ଯାହାଫଳରେ ଭୁବନେଶ୍ୱରରେ ତାପମାତ୍ରା ୧୪.୮ ଡିଗ୍ରୀ ରହିଥିଲାବେଳେ କଟକରେ ତାପମାତ୍ରା ୧୨.୪ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି ।

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରହିଥିବା ବେଳେ, କେନ୍ଦୁଝର (୧୦), ବାଲେଶ୍ୱର ଓ ଝାରସୁଗୁଡା (୧୦.୩) ଅନୁଗୁଳ (୧୦.୬), ବାରିପଦା, ସମ୍ବଲପୁର ଓ ସୁନ୍ଦରଗଡ (୧୧.୫) ରହିଥିବା ବେଳେ ଫୁଲବାଣୀରେ ଆଜି ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ଚାନ୍ଦବାଲିରେ ସର୍ବନିମ୍ନ ତାପମାତ୍ରା ୧୨.୯ ଡିଗ୍ରି ସେଲସିୟସ୍ ଦେଖିବାକୁ ମିଳିଥିଲା ବେଳେ ପାରାଦୀପ (୧୫.୮. ପୁରୀ (୧୪.୮) ହୀରାକୁଦ(୧୪.୬), ତାଳଚେର (୧୪.୭), କୋରାପୁଟ (୧୨.୮) ଓ ଟିଟଲାଗଡରେ ୧୨.୬ ଡିଗ୍ରୀ ସେଲସିୟସରେ ପହଞ୍ଚିଛି ।

Leave A Reply

Your email address will not be published.