Latest Odisha News

ବର୍ଷା-ଅନୁଭବଙ୍କ ବୈବାହିକ ବିବାଦ: ମର୍ମାହତ ହୋଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ

ଭୁବନେଶ୍ୱର: ଓଲିଉଡ ଅଭିନେତାରୁ ସାଂସଦ ହୋଇଥିବା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ହୋଇଥିବା ବୈବାହିକ ବିବାଦକୁ ନେଇ ସେ ଜଣେ ଯୁବତୀ ଅତ୍ୟନ୍ତ ମର୍ମାହତ ହୋଇ ଯାଇଛନ୍ତି। ଏହାକୁ କେନ୍ଦ୍ର କରି ଯୁବତୀ ଜଣଙ୍କ କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ଉକ୍ତ ଯୁବତୀ ଜଣଙ୍କ ସ୍ଥାନୀୟ ମଞ୍ଚେଶ୍ୱର ଅଞ୍ଚଳର । ସେ ନିକଟରେ +୨ କଳା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ନାବାଳିକାକୁ ତାଙ୍କ ବଡ଼ ଭାଇ ଉଦ୍ଧାର କରି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସୂଚନାନୁସାରେ, ଝିଅଟି ବର୍ଷାଙ୍କର ଜଣେ ପ୍ରଶଂସକ ଅଟନ୍ତି । ବର୍ଷା ଓ ଅନୁଭବଙ୍କ ମଧ୍ୟରେ ସୃଷ୍ଟ ବିବାଦକୁ ନେଇ ସେ ଗଭୀର1 ଦୁଃଖରେ ଥିବା ଜଣାପଡିଛି ।ଉଭୟଙ୍କ ମଧ୍ୟରେ ମତଭେଦ ଖବର ଆସିବା ପରେ ଝିଅଟି ନିଜକୁ ଏକ କୋଠରୀରେ ବନ୍ଦ କରି ଖାଇବା ପିଇବା ବନ୍ଦ କରିଦେଇଥିବା ପରିବାର ଲୋକ କହିଛନ୍ତି ।

Comments are closed.