Latest Odisha News

ନିଜ ଜାଲରେ ନିଜେ ଫଶିଲେ ରିୟା, ଯେକୌଣସି ସମୟରେ ବନ୍ଧା ହେବେ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ ବଢ଼ିବାରେ ଲାଗିଛି । ସିବିଆଇ ତଦନ୍ତ ଜାରି ରଖିଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ ଲିଙ୍କ ଖିଅ ଖୋଜୁଛି । ଆଜି ଦ୍ୱିତୀୟ ଦିନ ପାଇଁ ରିୟାଙ୍କୁ ଜେରା କରୁଛି ଏନସିବି ଟିମ୍ । କୁହାଯାଉଛି ଆଜି ଯେକୌଣସି ସମୟରେ ସେ ଗିରଫ ହୋଇପାରନ୍ତି ।
ଆଜି ନିର୍ଦ୍ଧାରିତ ସମୟର ବହୁ ଆଗରୁ ଏନସିବିରେ ହାଜର ହୋଇଥିଲେ ରିୟା ଚକ୍ରବର୍ତ୍ତୀ । ମାରାଥନ ଜେରା ଚାଲିଛି । ସୌଭିକ୍ ଚକ୍ରବର୍ତ୍ତୀ, ସାମୁଏଲ୍ ମିରାଣ୍ଡା ଓ ଦୀପେଶ ସାଓ୍ୱନ୍ତ ସହ ରିୟାଙ୍କୁ ମୁହାଁମୁହିଁ ଜେରା କରାଯାଉଛି । କୁହାଯାଉଛି ଡ୍ରଗ୍ସ ଲିଙ୍କ ଓ ଡ୍ରଗ୍ସ ନେଟଓ୍ୱାର୍କ ସମ୍ପର୍କରେ ଏନସିବି ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ନିଜ ଜାଲରେ ନିଜେ ଫଶିଲେ ରିୟା ଚକ୍ରବର୍ତ୍ତୀ । ଘରୋଇ ଜାତୀୟ ଗଣମାଧ୍ୟକୁ ସାକ୍ଷାତକାରରେ ରିୟା କହିଥିଲେ ଡ୍ରଗ୍ସ କାରବାର ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ପରେ ପରେ ଡ୍ରଗ୍ସ ଲିଙ୍କର ହ୍ୱାଟ୍ସଆପ୍ ଚାର୍ଟ ସାମନାକୁ ଆସିଲା । ତାଙ୍କ ନାଁରେ ରୁଜୁ ହେଲା ମାମଲା । ଅନାଚକ ଭାଇ ସୌଭିକଙ୍କ ଘରେ ରେଡ କରି ତାଙ୍କୁ ଗିରଫ କଲା ଏନସିବି ।

ଡ୍ରଗ୍ସ ଲିଙ୍କର ଖିଅ ଖୋଜୁଛି ଏନସିବି । ବର୍ତ୍ତମାନ ସୁଦ୍ଧା ବନ୍ଧା ହେଲେଣି ୯ ଜଣ । ଏବେ ରିୟାଙ୍କ ପାଳି । ତାଙ୍କ ନାଁରେ ରହିଛି ଡ୍ରଗ୍ସ କିଣିବା, ବିକିବା ଓ ବ୍ୟବହାର କରିବା ଭଳି ସଙ୍ଗୀନ ଅଭିଯୋଗ ।

Leave A Reply

Your email address will not be published.