Latest Odisha News

BREAKING NEWS

ଭୁବନେଶ୍ୱରରେ କୋଣାର୍କ ଏକ୍ସପ୍ରେସରୁ ୧୨କୋଟିର ସୁନା ଅଳଙ୍କାର ଜବତ

ଭୁବନେଶ୍ୱର: ଟ୍ରେନର ୧୨ କୋଟି ଟଙ୍କାର ସୁନା ଅଳଙ୍କାର ଜାବର । ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସ ସୁନା ଆଣୁଥିବା ବେଳେ ଜବତ କରିଛି ଭୁବନେଶ୍ୱର ଜିଆରପି । ୪ଟି ବ୍ୟାଗରୁ ୩୨ କେଜିରୁ ଅଧିକ ସୁନା ଅଳଙ୍କାର ଜବତ ହୋଇଛି । ଯାହାର ମୂଲ୍ୟ ୧୨ କୋଟି ଟଙ୍କା ହେବ ବୋଲି କୁହାଯାଉଛି ।

କୋଣାର୍କ ଏକ୍ସପ୍ରେସର ୪ଟି ବ୍ୟାଗରେ ସୁନା ଅଳଙ୍କାର ଭର୍ତ୍ତି କରି ମୁମ୍ବାଇରୁ ଅଣାଯାଉଥିଲା ଭୁବନେଶ୍ୱର । ପ୍ରତି ବ୍ୟାଗରେ ୮ କେଜି ସୁନା ପ୍ୟାକ୍ ହୋଇଥିଲା । ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଜିଆରପି । ଆୟକର ବିଭାଗ ଓ ଜିଏସଟି ଛାନଭିନ ଜାରି ରଖିଛି ।

Comments are closed, but trackbacks and pingbacks are open.