Latest Odisha News

BREAKING NEWS

ରାଜଧାନୀରେ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ଦିନ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଫଳରେ ଭୁବନେଶ୍ୱରରେ ସବୁଠୁ ଅଧିକ ଗରମ ଅନୁଭୂତ ହେବାରେ ଲାଗିଛି ।

ଚଳିତ ବର୍ଷ ଫେବୃଆରି ମାସରେ ରାଜ୍ୟର ପ୍ରାୟ ୧୩ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ରହିଥିବାବେଳେ କିଛି ସ୍ଥାନରେ ଅସହ୍ୟ ଗରମ ହେଉଥିବା ଦେଖିବାକୁ ମିଳିଛି ।

ଆହୁରି ମଧ୍ୟ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଶନିବାର ଦିନ ଏହି ସହରର ତାପମାତ୍ରା ଅଧିକ ବୃଦ୍ଧି ହେବାର ଆଶଙ୍କା ରହିଛି । ଫେବୃଆରି ୨୫ ତାରିଖ ବେଳକୁ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave A Reply

Your email address will not be published.