Latest Odisha News

BREAKING NEWS

ସୋନପୁର: ଆମ୍ବୁଲାନ୍ସ ନଥିବାରୁ କାନ୍ଧରେ ବୁହା ହେଲା ଶବ

ସୋନପୁର : ସୋନପୁର ସ୍ଥିତ ବିନିକା-ସୋନପୁର ରୋଡରେ ଶୁକ୍ରବାର ରାତିରେ କିଛି ବ୍ୟକ୍ତି ଶବକୁ କାନ୍ଧରେ ବୋହି ନେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଉକ୍ତ ମେଡିକାଲରେ ମହାପ୍ରୟାଣ ଗାଡି ନଥିବାରୁ ସମ୍ପୃକ୍ତ ବ୍ୟକ୍ତିମାନେ ମୃତଦେହକୁ କାନ୍ଧରେ ବୋହି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ନେଇଥିବା ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଶୁକ୍ରବାର ଅପରାହ୍ନରେ ବିନିକା ବ୍ଲକ ଚେରୁପାଲି ଛକ ନିକଟରେ ଏକ ମର୍ମନ୍ତୁଦ ଓଙ୍ଗଳ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା । ଉତ୍ତ୍ୟକ୍ତ ଲୋକେ ଉଭୟଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସୁବର୍ଣ୍ଣପୁର- ବିନିକା ରାସ୍ତାକୁ ଅବରୋଧ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣାଧିନ ହୋଇଥିଲା ।

ଆହୁରି ମଧ୍ୟ ପ୍ରତି ମେଡିକାଲରେ ମହାପ୍ରୟାଣ ଗାଡିର ବ୍ୟବସ୍ଥା କରାଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ି ନାହିଁ । ଫଳରେ ଶୁକ୍ରବାର ରାତିରେ ସମ୍ପର୍କୀୟମାନ ଶବକୁ କାନ୍ଧରେ. ବୋହି ଦୀର୍ଘ ୨ କି.ମି ଚାଲି ଚାଲି ଯାଇଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.