Latest Odisha News

ହାଇକୋର୍ଟରେ ଭୁବନେଶ୍ଵର ନାବାଳିକା ଗଣଦୁଷ୍କର୍ମ ମାମଲା ଶୁଣାଣି, ଭିଡିଓ କନ୍‌ଫରେନ୍ସିଂରେ ହାଜର ହେବେ ପୋଲିସ ଡିଜି

ଭୁବନେଶ୍ଵର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ରହିଛି । ଭିଡିଓ କନ୍‌ଫରେନ୍ସିଂରେ ହାଜର ହେବେ ପୋଲିସ ଡିଜି ଅଭୟ । ଗତ ୯ ତାରିଖରେ ଶୁଣାଣି କରି ପୋଲିସ ଡିଜିଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୋଷ ପ୍ରକାଶ କରିବା ସହ ତଦନ୍ତର ଅଗ୍ରଗତି ସମ୍ପର୍କରେ ସତ୍ୟପାଠ ଦେବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ଅକ୍ଟୋବର ୧୪ ତାରିଖରେ ମାମଲାର ଶୁଣାଣି କରି ପୀଡ଼ିତା ଓ ତାଙ୍କ ମା’କୁ ସୁରକ୍ଷା ଯୋଗାଇ ଦେବାକୁ ଓଡ଼ିଶା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏଭଳି ଜଘନ୍ୟ ଅପରାଧରେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ।

Leave A Reply

Your email address will not be published.