Latest Odisha News

BREAKING NEWS

ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷର୍ମ ମାମଲା: କ୍ରାଇମବ୍ରାଞ୍ଚ ହେପାଜତରେ ୪ ଅଭିଯୁକ୍ତ

ଭୁବନେଶ୍ୱର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । ଏଫଆଇଆରରେ ନାଁ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ ସେମାନଙ୍କୁ ଉଠାଇ ନେଇଥିଲା । ସେମାନେ ହେଲେ ଓଟିଭି କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା ଏବଂ ଦୁଇ ଜଣ ସିକ୍ୟୁରିଟି ଗାର୍ଡ ।

ପୁରୀ ଜିଲ୍ଲା ଗୋପ ଅଞ୍ଚଳରୁ ଅନିରୁଦ୍ଧଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ । ଇନଫୋସିଟି ନାବାଳିକ ଗଣଦୁଷ୍କର୍ମ ମାମଲାରେ ଆସନ୍ତା ୧୬ ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । କାର୍ଯ୍ୟାନୁଷ୍ଠାନରେ ବିଳମ୍ବକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ ।

ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ ପୋଲିସ ଡିଜି ଅଭୟ । ପରବର୍ତ୍ତୀ ଶୁଣାଣି ପୂର୍ବରୁ ୪ ଅଭିଯୁକ୍ତଙ୍କୁ ହେପାଜତରେ ନେଇ ଜେରା ଚଳାଇଛି କ୍ରାଇମବ୍ରାଞ୍ଚ । ଖୁବଶୀଘ୍ର ସେମାନଙ୍କୁ କୋର୍ଟରେ ହାଜର କରାଯିବ ।

ଲକଡାଉନ୍ ବେଳେ ଇନଫୋସିଟି ଅଞ୍ଚଳର ନାବାଳିକାଙ୍କୁ ସହ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଓଟିଭି କର୍ମଚାରୀ, ଦୁଇ ଜଣ ସିକ୍ୟୁରିଟି ଗାର୍ଡ ଓ ପୋଲିସ ନାଁରେ ଅଭିଯୋଗ ଆଣିଥିଲେ ପୀଡ଼ିତାଙ୍କ ମାଆ । ଅଗଷ୍ଟ ୩୦ତାରିଖରେ ସେ ଲିଖିତ ଅଭିଯୋଗ କରିଥିଲେ । ପ୍ରଥମେ କମିଶନରେଟ ପୋଲିସ ଓ ଏବେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି ।

Leave A Reply

Your email address will not be published.