Latest Odisha News

BREAKING NEWS

ଦେଶରେ ଖସୁଛି: ୨୪ଘଣ୍ଟାରେ ୨୭ହଜାର କରୋନା ପଜିଟିଭ୍, ୩୩୬ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା କାୟା କମୁଛି । ଦିନକୁ ୧୦ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହେଉଛି । ଚିହ୍ନଟ ହେଉଛନ୍ତି ୩୦ ହଜାରରୁ କମ୍ ସଂକ୍ରମିତ । ଗତ ୨୪ଘଣ୍ଟାରେ ସାରା ରାଜ୍ୟରୁ ବାହାରିଛନ୍ତି ୨୭ହଜାର ୭୧ କରୋନା ପଜିଟିଭି । ମୋଟ୍ ଆକ୍ରନ୍ତଙ୍କ ସଂଖ୍ୟା ୯୮ଲକ୍ଷ ୮୪ହଜାର ୧୦୦ରେ ପହଞ୍ଚିଛି ।

ଦୈନିକ ମୃତ୍ୟୁସଂଖ୍ୟା ବି କମିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଆଉ ୩୩୬ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି । ଦେଶରେ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୩ହଜାର ୩୫୫କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୧.୪୫%।

ଦେଶରେ କରୋନାରୁ ସୁସ୍ଥ ହୋଇଛନ୍ତି ୯୩ଲକ୍ଷ ସଂକ୍ରମିତ । ଗତ ୨୪ଘଣ୍ଟାରେ ଆଉ ୩୦ହଜାର ୬୯୫ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ମୋଟ୍ ସୁସ୍ଥଙ୍କ ସଂଖ୍ୟା ୯୩ଲକ୍ଷ ୮୮ହଜାର ୧୫୯କୁ ବୃଦ୍ଧି ପାଇଛି । ସୁସ୍ଥହାର ରହିଛି ୯୪.୯୮ପ୍ରତିଶତ । କମୁଛି ଆକ୍ଟିଭ୍ କେସ୍ । ଏବେ ଦେଶରେ ୩ଲକ୍ଷ ୫୨ହଜାର ୫୮୬ଟି ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.