Latest Odisha News

BREAKING NEWS

ତାଲାବନ୍ଦୀରେ ଶିଶୁ ଅଶ୍ଲିଳତା ୱେବସାଇଟର ଚାହିଦା ବୃଦ୍ଧି: ସର୍ଭେ

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଜେନେରିକ ଶିଶୁ ଅଶ୍ଲିଳତା ଉପାଦାନ (ଶିଶୁ ଯୌନ ଶୋଷଣ ଉପାଦାନ)ର ଚାହିଦା ଅଧିକ ରହୁଛି । ଏହି କାରଣରୁ କୋଭିଡ଼ ତାଲାବନ୍ଦୀ ସମୟରେ ଶିଶୁଙ୍କ ପ୍ରତି ଅଧିକ ବିପଦ ରହୁଛି ବୋଲି ଭରତୀୟ ଶିଶୁ ସୁରକ୍ଷା ପାଣ୍ଠି (ଆଇସିପିଏଫ) ପକ୍ଷରୁ କୁହାଯାଇଛି ।

ତାଲାବନ୍ଦୀ ହେବା ପରଠାରୁ ଅନ୍‌ଲାଇନ ଡ଼ାଟା ମନିଟରିଂ ୱେବସାଇଟରେ ‘ଶିଶୁ ଅଶ୍ଲୀଳତା’, ‘କାମୁକୀ ଶିଶୁ’, ‘ନାବାଳକ ଯୌନ ଭିଡ଼ିଓ’ ଆଦିର ସର୍ଚ୍ଚ ଚାହିଦା ବୃଦ୍ଧି ପାଇଥିବା ଆଇସିପିଏଫ ରିପୋର୍ଟରେ କୁହାଯାଇଛି । ବିଶ୍ୱର ସର୍ବବୃହତ ଅଶ୍ଲିଳତା ୱେବସାଇଟ ପର୍ଣ୍ଣହବ୍ ଡାଟା ଅନୁଯାୟୀ ୨୦୨୦ ମାର୍ଚ୍ଚ ୨୪ରୁ ୨୬ ତାରିଖ ମଧ୍ୟରେ ପ୍ରାକ୍ କରୋନା ସମୟ ତୁଳନାରେ ଭାରତରୁ ଟ୍ରାଫିକ ୯୫% ବୃଦ୍ଧି ପାଇଛି ।

ଶିଶୁ କାମୁକୀ, ଶିଶୁ ଧର୍ଷଣକାରୀ ଓ ଶିଶୁ ଅଶ୍ଲିଳତା ପ୍ରତି ଆକର୍ଷିତ ବହୁ ବ୍ୟକ୍ତି ତାଲାବନ୍ଦୀ ସମୟରେ ଅନ୍‌ଲାଇନକୁ ଆପଣେଇଛନ୍ତି । ଏହାଫଳରେ ଶିଶୁମାନଙ୍କ ପାଇଁ ଇଣ୍ଟରନେଟ ଅସୁରକ୍ଷିତ ହୋଇପଡ଼ିଛି । ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଶିଶୁଙ୍କ ବିରୋଧରେ ଯୌନ ଅପରାଧ ବ୍ୟାପକ ଭାବେ ବୃଦ୍ଧି ବୋଲି ଆଇସିପିଏଫ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ଏହା ସୁପ୍ରିମକୋର୍ଟ ନିର୍ଦ୍ଦେଶାବଳୀ ଓ ଜାତୀୟ ନୀତିର ଗୁରୁତର ଉଲ୍ଲ୍‌ଂଘନ ।

ନିଜ ୱେବସାଇଟ ୟୁଆରଏଲ ପରିବର୍ତ୍ତନ କରି ଅଶ୍ଲୀଳ ୱେବସାଇଟଗୁଡ଼ିକ ଭାରତୀୟ ଆଇନ ଓ ବିଚାରବିଭାଗ ସହ ଲୁଚକାଳି ଖେଳ ଖେଳୁଛନ୍ତି । ସରକାର ଏଦିଗରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଏସଂପର୍କରେ ଆଲୋଚନା ପାଇଁ ଆନ୍ତର୍ଜାତିକ ସମ୍ମିଳନୀ ନିମନ୍ତେ ଆଇସିପିଏଫ ମୁଖପାତ୍ର ନିବେଦିତା ଆହୁଜା ଦାବି କରିଛନ୍ତି ।

ଏଥିପାଇଁ ଇଣ୍ଟରନେଟ ଯୋଗାଣକାରୀ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟସଭା କମିଟି ମଧ୍ୟ ମତଦେଇଛି । କମିଟିର ଏହି ସୁପାରିଶ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସେ ଦାବି କରିଛନ୍ତି । ଆଇସିପିଏଫ ପକ୍ଷରୁ ‘ ଭାରତରେ ଶିଶୁ ଯୌନ ଶୋଷଣ ଉପାଦାନ’ ଶୀର୍ଷକ ରିପୋର୍ଟ ପ୍ରକାଶିତ କରାଯାଇଛିା

Leave A Reply

Your email address will not be published.