Latest Odisha News

କରୋନା କଷଣ: ଘରକୁ ଫେରିବା ପାଇଁ ମୁମ୍ବାଇର ବାନ୍ଦ୍ରା ଷ୍ଟେସନରେ ହଜାର ହଜାର ଶ୍ରମିକଙ୍କ ଭିଡ

ମୁମ୍ବାଇ : ଟ୍ରେନ ଚଳାଚଳ ନେଇ ଏକ ଗୁଜବ ପରେ ମୁମ୍ବାଇର ବାନ୍ଦ୍ରା ଷ୍ଟେସନରେ ହଜାର ହଜାର ଶ୍ରମିକଙ୍କ ଭିଡ ଦେଖିବାକୁ ମିଳିଛି । ଲକ୍‌ଡାଉନ ପରେ ସ୍ଥିତି ଖରାପ ହୋଇଥିବାରୁ ଟ୍ରେନ ଚଳାଚଳ ଖବର ଶୁଣି ଶ୍ରମିକମାନେ ନିଜ ନିଜ ଗାଁକୁ ଫେରିଯିବାକୁ ବ୍ୟସ୍ତ ହେଉଥିବା ଦେଖିବାକୁ ମିଳିଥିଲା ।

ତେବେ ସେମାନଙ୍କୁ ବୁଝାଇବା ପାଇଁ ପୋଲିସକୁ ଅଢେଇ ଘଣ୍ଟା କାଳ ନାକେଦମ ହେବାକୁ ପଡିଥିଲା । ଲୋକେ ଷ୍ଟେସନ ନିକଟ ବସଷ୍ଟାଣ୍ଡରେ ଅପେକ୍ଷା କରି ରହିଥିଲେ । ଶେଷରେ ବାଧ୍ୟ ହୋଇ ପୋଲିସ ଲାଠିଚାର୍ଜ ମଧ୍ୟ କରିଥିଲା ।

ଗତ ୨୧ ଦିନ ହେଲା ଲକ୍‌ଡାଉନ ଯୋଗୁଁ ଏହି ଶ୍ରମିକମାନେ ଠିକ୍ ଭାବରେ ଖାଦ୍ୟ ଖାଇବାକୁ ପାଉ ନ ଥିବା ଅଭିଯୋଗ କରିଛନ୍ତି । ମହାରାଷ୍ଟ୍ରରେ କରୋନା ସଂକ୍ରମିତ ସଂଖ୍ୟା ଅଧିକ ଥିବାରୁ ଏପରି ଗହଳି ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଥିଲା ।

Leave A Reply

Your email address will not be published.