Latest Odisha News

BREAKING NEWS

ସିଲ୍ ହେଲା ଭୁବନେଶ୍ବର ମାର୍କେଟ୍ ବିଲ୍ଡିଂ

ଭୁବନେଶ୍ବର : ଦୁଇ ଦିନ ପାଇଁ ସିଲ୍ ହେଲା ଭୁବନେଶ୍ବର ମାର୍କେଟ ବିଲ୍ଡିଂ । ରାଜଧାନୀବାସୀ କୋଭିଡ୍‌ କଟକଣା ମାନୁ ନଥିବାରୁ ଏପରି କଠୋର ନିଷ୍ପତ୍ତି ନେଇଛି ପ୍ରଶାସନ । ଭୁବନେଶ୍ବର ଡିସିପି ଓ ବିଏମସି ଜୋନାଲ କମିଶନରଙ୍କ ଉପସ୍ଥିତିରେ ମାର୍କେଟ୍ ବିଲ୍ଡିଂକୁ ସିଲ୍‌ କରାଯାଇଛି । ଆସନ୍ତା ଦୁଇ ଦିନ ପାଇଁ ସିଲ୍ ହୋଇଛି ମାର୍କେଟ୍ ବିଲ୍ଡିଂ । ସେହିପରି ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ରହିଛି । ତେଣୁ ମୋଟାମୋଟି ଭାବେ କହିବାକୁ ଗଲେ ଆସନ୍ତା ୪ ଦିନ ପାଇଁ ବନ୍ଦ ରହିଛି ଭୁବନେଶ୍ବର ମାର୍କେଟ୍ ବିଲ୍ଡିଂ ।

କରୋନାର ହଟସ୍ପଟ ପାଲଟିଥିବା ଭୁବନେଶ୍ବରରୁ ଆଜି ଚିହ୍ନଟ ହୋଇଛନ୍ତି ୧୦୪୪ ଜଣ କରୋନା ଆକ୍ରାନ୍ତ । ପ୍ରତିଦିନ ଏତେ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେଉଥିଲେ ବି ଲୋକେ ନିୟମକୁ ମାନୁନାହାନ୍ତି । ଲୋକେ କୋଭିଡ ନିୟମ ମାନୁନଥିବା ବେଳେ, ସାମାଜିକ ଦୂରତାକୁ ଉଲ୍ଲଂଘନ କରୁଛନ୍ତି । ଏପରିକି ଲୋକେ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳିଛି । ଯେଉଁଥିପାଇଁ ଏବେ ପଦକ୍ଷେପ ନେବା ଆରମ୍ଭ କରିଛି ପ୍ରଶାସନ ।

Leave A Reply

Your email address will not be published.