Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୫୨୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଏବେ ଉପରମୁହାଁ କରୋନା ସଂକ୍ରମଣ । ଆଜି ସାରା ରାଜ୍ୟରୁ ୮ ହଜାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସୁସ୍ଥ ହୋଇଛନ୍ତି ୪୫୨୧ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ସୁନ୍ଦରଗଡ଼ରୁ ସର୍ବାଧିକ ୭୨୧ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୫୯୬, ନୂଆପଡ଼ାରୁ ୩୬୬, ବଲାଙ୍ଗିରରୁ ୩୨୦, କଳାହାଣ୍ଡିରୁ ୨୭୨, କଟକରୁ ୨୫୩, ସମ୍ବଲପୁରରୁ ୨୪୧, ପୁରୀରୁ ୧୯୨, ବରଗଡ଼ରୁ ୧୯୧, ଝାରସୁଗୁଡ଼ାରୁ ୧୬୮, ନବରଙ୍ଗପୁରରୁ ୧୫୦, କେନ୍ଦୁଝରରୁ ୧୦୧, ଯାଜପୁରରୁ ୯୩, ମୟୂରଭଞ୍ଜରୁ ୮୬, କେନ୍ଦ୍ରାପଡ଼ା ଓ ରେୟଗଡ଼ାରୁ ୮୫ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ନୟାଗଡ଼ରୁ ୭୨, ଗଞ୍ଜାମରୁ ୫୭, ଜଗତସିଂହପୁରରୁ ୪୯, ଅନୁଗୁଳ, ଭଦ୍ରକ ଓ ଗଜପତିରୁ ୪୩ ଜଣ ଲେଖାଏଁ, ସୋନପୁରରୁ ୪୨, ବାଲେଶ୍ବରରୁ ୩୯, କୋରାପୁଟରୁ ୨୭, ଦେବଗଡ଼ରୁ ୨୧, କନ୍ଧମାଳରୁ ୨୦, ଢେଙ୍କାନାଳରୁ ୧୯, ମାଲକାନଗିରିରୁ ୧ ଓ ଷ୍ଟେଟ୍ ପୁଲରୁ ୧୨୫ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ସାରା ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୭୫ ହଜାର ୭୨୧ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.