Latest Odisha News

ରାଜଧାନୀରେ ଗଡିବ ମେଟ୍ରୋ: ୨୦୨୭ ସୁଦ୍ଧା କାମ ଶେଷ

ଭୁବନେଶ୍ବର: ରାଜଧାନୀରେ ଗଡିବ ମେଟ୍ରୋ ଟ୍ରେନ୍ । ଏଥିପାଇଁ ଜୋରସୋରରେ ଚାଲିଛି କାମ । ଆସନ୍ତା ୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାମ ସରିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ । ବର୍ତ୍ତମାନ ମେଟ୍ରୋ ପାଇଁ ମାଟି ପରୀକ୍ଷା ଚାଲିଥିବା ବେଳେ ଏହାପରେ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥପନା ହେବ ବୋଲି ସେ କହିଛନ୍ତି ।

ଏଥିସହିତ ରାଜଧାନୀରେ ମେଟ୍ରୋ ପ୍ରକଳ୍ପ ନେଇ ସୂଚନା ଦେଇ ସେ ଆହୁରି କହିଛନ୍ତି, ଭୂମି ଠାରୁ ୧୩ ମିଟର ଉଚ୍ଚରେ ମେଟ୍ରୋ ଟ୍ରେନ୍‌ ଯିବ । ରାଜମହଲ, ଜୟଦେବବିହାର ଓ ବାରଙ୍ଗରେ ଉଚ୍ଚତା ଅଧିକ ରହିବ ବୋଲି ସେ କହିଛନ୍ତି । ଏଥିସହିତ ପ୍ରତି ୧୦ ମିନିଟ ବ୍ୟବଧାନରେ ମେଟ୍ରୋ ଟ୍ରେନ୍‌ ଚାଲିବ । ପ୍ରାଥମିକ ସ୍ତରରେ ୩ କୋଚ୍‌ ବିଶିଷ୍ଟ ୧୩ ଟି ମେଟ୍ରୋ ଟ୍ରେନ୍‌ କିଣିବାକୁ ଯୋଜନା କରାଯାଇଛି । ଏବେ ମେଟ୍ରୋ ପ୍ରକଳ୍ପ ପାଇଁ ମାଟି ପରୀକ୍ଷା  ଚାଲିଛି । ୫୦/୬୦ ଫୁଟ ତଳୁ ମାଟି ନେଇ ଲ୍ୟାବ୍‌ରେ ପରୀକ୍ଷା ହେଉଥିବା ବେଳେ ମାଟି ପରୀକ୍ଷା ସରିବା ପରେ ଫାଉଣ୍ଡେସନ କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ । ଏଥିସହିତ ଏବେ ଏୟାରପୋର୍ଟ ମାର୍ଗ ଠାରୁ ପଟିଆ ଦେଇ ବିଭିନ୍ନ ସ୍ଥାନରେ ମାଟି ଖୋଲାଯାଇ ମାର୍କିଂ ହୋଇଥିବା ବେଳେ ମାଟି ପରୀକ୍ଷା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି ।

Comments are closed.