Latest Odisha News

BREAKING NEWS

ନିଶା ପାଇଁ ନାବାଳକକୁ ମର୍ଡର, ୪ ଗିରଫ

ଭୁବନେଶ୍ୱର: ନିଶା ପାଇଁ ନାବାଳକର ଗଲା ଜୀବନ । କିଛି ଅସମାଜିକ ଯୁବକଙ୍କୁ ଟଙ୍କା ନଦେବାରୁ ନାବାଳକକୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ରାଜଧାନୀ ଭରତପୁର ଅଂଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଆକ୍ରମଣରେ ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ ରାତିରେ ନାବଳକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଭରତପୁର ଅଂଚଳର ନବମ ଶ୍ରେଣୀରେ ପଢୁଥିବା ୧୩ ବର୍ଷର ନାବାଳକ ଅଶ୍ୱିନୀ ପାଢୀ ।

ଗତ ସେପ୍ଟେମ୍ବର ୨ ତାରିଖ ସନ୍ଧ୍ୟାରେ ଅଶ୍ୱିନୀ ସଉଦା ପାଇଁ ପାଖ ହାଟକୁ ଯାଉଥିଲେ । ସେହି ସମୟରେ ଛକରେ ନିଶା ସେବନ କରୁଥିବା ୧୦ଜଣ ଯୁବକ ଅଶ୍ୱିନୀଠାରୁ ଟଙ୍କା ଛଡାଇବାକୁ ଉଦ୍ୟମ କରିଥିଲେ । ହେଲେ ଅଶ୍ୱିନୀ ଟଙ୍କା ନେଦବାରୁ ଭୁଜାଲିରେ ହାଣି ଦୁର୍ବୃତମାନେ ସେଠାରୁ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ନାବାଳକକୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଛି ।

ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ଯେଉଁ ଯୁବକମାନେ ନାବାଳକକୁ ନେଇଯାଇଥିଲେ ସେମାନେ ବ୍ରାଉନସୁଗାର ବ୍ୟବହାର କରନ୍ତି । ଏହି ହତ୍ୟା ଘଟଣାରେ ୮ରୁ ୧୦ ଜଣ ସାମିଲ ଥିବା କୁହାଯାଉଛି । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ଲାଗି ରହିଛି ।

Leave A Reply

Your email address will not be published.