Latest Odisha News

BREAKING NEWS

ବିରକ୍ତ ହେଲେ ହାଇକୋର୍ଟ, ଡିଜିପିଙ୍କୁ ହାଜର ହେବାକୁ ଦେଲେ ନିର୍ଦ୍ଦେଶ

କଟକ: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ବିରକ୍ତି ପ୍ରକାଶ କଲେ ହାଇକୋର୍ଟ ।ମାମଲାର ତଦନ୍ତର ଷ୍ଟାଟସ ରିପୋର୍ଟକୁ ନେଇ ହାଇକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି । ପୁଲିସ ମହାନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟକ୍ତିଗତ ହାଜର ସହ ତଦନ୍ତ ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ମାମଲାର ପରବର୍ତ୍ତୀ ଶୁଣାଣି ୧୮ ତାରିଖକୁ ଧାର୍ଯ୍ୟ କରାଯାଇଛି। ସେହିଦିନ ହାଜର ହେବା ପାଇଁ ଡିଜିପିଙ୍କ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏନେଇ ଭାରତୀୟ ବିକାଶ ପରିଷଦର ଓକିଲ ଗୋପାଳ ପ୍ରସାଦ ଜେନା ପ୍ରକାଶ କରିଛନ୍ତି।

Comments are closed.