ଭୁବନେଶ୍ୱର : ବିଏମସି ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଛି । ଗତକାଲି ହୋଇଥିବା ଏହି ଘଟଣାକୁ ଘୋର ନିନ୍ଦା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ରତ୍ନାକର ସାହୁ ଜନଶୁଣାଣିରେ ଲୋକଙ୍କ କଥା ଶୁଣୁଥିଲେ । ସରକାରୀ କାମରେ ଥିବା ବେଳେ ତାଙ୍କୁ ୪ ରୁ ୬ ଆସି ଆକ୍ରମଣ କଲେ । ଏହି ଘଟଣାକୁ ମୁଁ ନିନ୍ଦା କରୁଛି ବୋଲି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି । ମୁଁ ମୋର ୬ ବର୍ଷର ରାଜନୀତି କ୍ୟାରିୟରରେ ଏମିତି ଘଟଣା ଦେଖିନାହିଁ ବୋଲି ସେ କହିଛନ୍ତି । ମୋର ବିଶ୍ୱାସ ଅଛି ଯିଏ ଏଥିରେ ସମ୍ପୃକ୍ତ ଅଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଉ ଦୋଷୀକୁ ଏମିତି ଦଣ୍ଡ ମିଳୁ ଯାହା ଦ୍ୱାରା ଏହି ଘଟଣାର ଆଉ ପୁନରାବୃତି ହେବ ନାହିଁ । ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଏଠାକାର ଲୋକ ବହୁତ ଭଲ ଚିନ୍ତାଧାର ମଣିଷ । ତେଣୁ ଏମିତି ଘଟଣା ହେଲେ ସମସ୍ତ ଓଡିଶାବାସୀ ମର୍ମାହତ ହୋଇପଡନ୍ତି ବୋଲି ଅପରାଜିତା କହିଛନ୍ତି । ତେବେ ଏହି ଘଟଣାରେ ପୋଲିସ ସଠିକରୂପେ କାମ କରିବ ବୋଲି ମୋର ବିଶ୍ୱାସ ଥିବା ସେ କହିଛନ୍ତି ।
BREAKING NEWS
- ସହରରେ ଯେଉଁ କ୍ଷତି ହୋଇଛି ଭରଣା କରିବେ ଅଟୋ ଚାଳକ, ସନ୍ତୋଷଜନକ ଜବାବ ନରଖିଲେ ରଦ୍ଦ ହେବ ପରମିଟ
- Possessed Man: ମଣିଷରୁ ହୁଅନ୍ତି ମହିଷାସୁର! ଖାଆନ୍ତି ନଡା-ଘାସ, ପିଅନ୍ତି କୁଣ୍ଡା ତୋରାଣି…
- ଗିରଫ ହେବ ବିଦେଶୀ ଜାହାଜ ‘ଏମ୍ଟି ୟୁନିଟ୍’: ହାଇକୋର୍ଟ ଦେଲେ ନିର୍ଦ୍ଦେଶ
- ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି: ଏସଆରସି
- ଲଘୁଚାପ ପରେ ରାଜ୍ୟରେ ବଢୁଛି ଗରମ, ଭୁବନେଶ୍ୱରେ ତାପ ସୂଚକାଙ୍କ ୩୮°…
- Vande Mataram: ‘ବନ୍ଦେ ମାତରମ୍’ର କେବଳ ୨ଟି ଛନ୍ଦ କାହିଁକି ଗାଉଛି କଂଗ୍ରେସ? ୮୯ ବର୍ଷ ପୁରୁଣା ନିଷ୍ପତ୍ତି ଶୁଣାଇଲା, ଘେରିଲା ବିଜେପି
- ଟାଇଗର୍ ସାର୍କଙ୍କ ଗହଣରେ ପ୍ରିୟଦର୍ଶୀଙ୍କ ୧୦୦ତମ ଐତିହାସିକ ସ୍କୁବାଡାଇଭ୍
- Pakistan High Commission: ୩ ଦିନରେ ପାକିସ୍ତାନକୁ ଭାରତର କଡ଼ା ଜବାବ, ବୁଲିଲା ବୁଲଡୋଜର…ହାଇ କମିଶନ ବାହାରୁ ହଟିଲା ଅବୈଧ ନିର୍ମାଣ
- ଫୁଲୁଛି ସୁବର୍ଣ୍ଣରେଖା; ଲୋକେ ଭୟଭୀତ
- ୩୫ ବର୍ଷରେ ପ୍ରଥମ; ବାଂଲାଦେଶରେ ଆଜି ରାଷ୍ଟ୍ରପତି ନିର୍ବାଚନ

Comments are closed.