Latest Odisha News

BREAKING NEWS

ନିର୍ମାଣ ହେବ କସମୋପୋଲିସ ଛକରେ ଫ୍ଲାଏ ଓଭର, ସତସଙ୍ଗ ବିହାର ଓ କ୍ରାଉନ ହୋଟେଲ ନିକଟରେ ଫୁଟ ଓଭରବ୍ରିଜ

ରାଜଧାନୀରେ ନିର୍ମାଣ ହେବ ଫୁଟ ଓଭରବ୍ରିଜ, ଗଡକରୀ ଦେଲେ ଅନୁମତି

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଭେଟିଥିଲେ । ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ପ୍ଳାଏ ଓଭର ବ୍ରିଜ ନିର୍ମାଣ ନେଇ ସାଂସଦ ଅପରାଜିତା କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ।ଉନ୍ନୟନ ମୂଳକ ପ୍ରକଳ୍ପ ଅନୁମୋଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଭୁବନେଶ୍ୱରର କସୋମପୋଲିସ ପାଖରେ ୨୦ କୋଟି ଟଙ୍କା ବିନିଯୋଗରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ।

ହୋଟଲେ କ୍ରାଉନ ଏବଂ ସତସଙ୍ଗ ବିହାର ଠାରେ ୩ କୋଟି ୨୨ ଲକ୍ଷ୍ୟ ଟଙ୍କା ବିନିଯୋଗରେ ଫୁଟ ଓଭର ବ୍ରିଜ ନିର୍ମାଣ ତା ସହ ବୃହତ ପ୍ରକଳ୍ପ କ୍ୟାପିଟାଲ ରେଜିୟନ ରୋଡ , ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଠାରୁ କଟକ ଜିଲ୍ଲା ଟାଙ୍ଗୀ ପର୍ଯ୍ୟନ୍ତ ୫୭୪୪ କୋଟି ପୁଞ୍ଜି ବିନିଯୋଗରେ ରୋଡ ନିର୍ମାଣ ନେଇ ପ୍ରସ୍ତାବ ଦେଇଥିଲେ ।ଏହି ତିନୋଟି ପ୍ରକଳ୍ପ ପାଇଁ ମୋଟ ୫୭୬୭ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ଏହି ତିନୋଟି ପ୍ରକଳ୍ପକୁ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଅନୁମୋଦନ କରିଛନ୍ତି । ଏନେଇ ସାଂସଦ  ଅପରାଜିତା ଷଡଙ୍ଗୀ ଟ୍ୱିଟ କରି  ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବିଗତ ଦିନରେ ସଂସଦୀୟ କ୍ଷେତ୍ରର ଜନସାଧାରଣ ବିଭିନ୍ନ ସମୟରେ ଆସି ଅସୁବିଧା ଏବଂ ଆବଶ୍ୟକତା ସାଂସଦଙ୍କୁ ଜନ ଅଭିଯୋଗ ଶୁଣାଣି ସମୟରେ ଜଣାଇଥିଲେ।ସାଂସଦ ସମସ୍ୟାର ସମାଧାନ ପାଇଁ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥାନୀୟ ଜନ ସାଧାରଣଙ୍କ ସହ ବିଭାଗୀୟ କତୃପକ୍ଷଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ । ଏନେଇ ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ । ଆଜି ତାର ସଫଳ ରୂପାୟନ ହୋଇଛି ।

 

Comments are closed.