Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର: ଭୁବନେଶ୍ୱର NISER ଠାରେ ହେବାକୁ ଯାଉଛି ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲ । ପରମାଣୁ ଶକ୍ତି ବିଭାଗ ,ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଏବଂ ଟାଟା ଟ୍ରଷ୍ଟର ସହଯୋଗରେ ୬୫୦ କୋଟି ଟଙ୍କା ବିନିଯୋଗରେ ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ହେବ ।

ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରେ ରାଜ୍ୟ ସରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ପାଇଁ ସାଂସଦ ଅପରାଜିତା  ଷଡଙ୍ଗୀ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି କ୍ୟାନ୍ସର ହସ୍ପିଟାଲ ନିର୍ମାଣ କାର୍ଯ୍ୟକୁ ସଠିକ ସମୟରେ ଓ ସଠିକ ଭାବେ ସାରିବା ପାଇଁ  ଗତକାଲି କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରି ସମୀକ୍ଷା କରିଥିଲେ ସାଂସଦ ଷଡଙ୍ଗୀ ।

ଆଲୋଚନା ପରେ ରାଜ୍ୟ ସରକାରଙ୍କୁ ନିମ୍ନଲିଖିତ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ସାଂସଦ ଷଡଙ୍ଗୀ   ।

୧ . ରାଜ୍ୟ ସରକାର କ୍ୟାନ୍ସର ହସ୍ପିଟାଲ ନିର୍ମାଣ ହେଉଥିବା ଜମିକୁ ଲାଗି ୫୦ଏକର ଜମି ଯୋଗାଇଦିଅନ୍ତୁ ।

୨. ଭୁବନେଶ୍ୱର ରେଳ ଷ୍ଟେସନ ଏବଂ ବିମାନବନ୍ଦରରୁ ସୁବିଧାଜନକ ପରିବହନ ବ୍ୟବସ୍ଥା  ।

୩.  ଅରୁଗୁଳ ଏବଂ ମେଣ୍ଢାଶାଳ ଗ୍ରୀଡକୁ ବିଦ୍ୟୁତ୍ ୟୋଗାଣ

୪. ହସ୍ପିଟାଲ ପରିସରକୁ ଜଳ ଯୋଗାଣ

ଏହି ପ୍ରକଳ୍ପ ଆଗାମୀ ୩ମାସ ମଧ୍ୟରେ ଭିତ୍ତି ପ୍ରସ୍ତର ସ୍ଥାପନ ହେବ ଏବଂ ପରବର୍ତ୍ତୀ ୧୮ମାସ ମଧ୍ୟରେ ନିର୍ମାଣ ସମାପ୍ତ ହେବା ପାଇଁ ସମଯ ଧାର୍ଯ୍ୟ କରାଯାଇଛି  । କ୍ୟାନସର ହସ୍ପିଟାଲ ବ୍ୟତୀତ ହଷ୍ଟେଲ, ଧର୍ମଶାଳା, ଗେଷ୍ଟ ହାଉସ, ଷ୍ଟାଫ କ୍ୱାଟର, ବିଦ୍ୟାଳୟ ଆଦି ନିର୍ମାଣ ହେବ । ରୋଗୀ ଚିକିତ୍ସା ସହ ରିସର୍ଚ୍ଚ ଏବଂ ଔଷଧ ନିର୍ମାଣ ମଧ୍ୟ ହେବାର ବ୍ୟବସ୍ଥା ଅଛି  ।

Leave A Reply

Your email address will not be published.