Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅକ୍ଟୋବର ୧୭ରେ ନିର୍ବାଚନ, ୧୯ରେ ହେବ ଭୋଟ୍ ଗଣତି

ନୂଆଦିଲ୍ଲୀ: କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ । ଅଧ୍ୟକ୍ଷ ପଦ ପାଇ ନିର୍ବାଚନ ହେବ । ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ୧୯ ତାରିଖରେ ହେବ ଭୋଟ୍ ଗଣତି । ଆଜି ବସିଥିବା ସଡବ୍ଲୁସି ବୈଠକରେ ଏନେଇ ନିଷ୍ପତ୍ତି ନେଇଛି ।

ନିର୍ବାଚନ ସୂଚୀ ଅନୁଯାୟୀ, ସେପ୍ଟେମ୍ବର ୨୨ରେ ଅଧ୍ୟକ୍ଷ ନିର୍ବାଚନ ପାଇଁ ଦଳ ବିଜ୍ଞପ୍ତି ପ୍ରକାଶ କରିବ । ସେପ୍ଟେମ୍ବର ୨୪ ଯାଏ ନାମାଙ୍କନ ପରେ ସେପ୍ଟେମ୍ବର ୩୦ ତାରିଖ ମଧ୍ୟର ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ପାରିବ । ଅକ୍ଟୋବର ୧୭ରେ ଅଧ୍ୟକ୍ଷ ପଦ ପାଇଁ ଆବଶ୍ୟକ ପଡ଼ିଲେ ଭୋଟ୍ ଗ୍ରହଣ କରାଯାଇ ୧୯ ତାରିଖରେ ଗଣତି ହେବ ।

ଆଜି ବସିଥିବା କଂଗ୍ରେସ କାର୍ଯ୍ୟକାରୀସ କମିଟି ବୈଠକରେ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭିଡିଓ କନଫରେନ୍ସିଂରେ ସାମିଲ୍ ହୋଇଥିଲେ । ରାହୁଲ ଗାନ୍ଧୀ ମଧ୍ୟ ମାଆ ଓ ଭଉଣୀଙ୍କ ସହ ଭର୍ଚୁଆଲରେ ସିଡବ୍ଲୁସି ବୈଠକରେ ଯୋଗ ଦେଇଥିଲେ ।

ଦଳରେ ଅସ୍ଥିରତା ଲାଗି ରହିଥିବା ବେଳେ ବରିଷ୍ଠ ନେତା ଦଳ ଛାଡ଼ିବାରେ ଲାଗିଛନ୍ତି । ଦିନକ ତଳେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ସହ ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଇସ୍ତଫା ପତ୍ର ପଠାଇଥିଲେ । ଦଳ ଛାଡ଼ିବା ସହ ଗୁଲାମ ନବି ରାହୁଲ ଓ ସୋନିଆଙ୍କୁ ସମାଲୋଚନା କରି କହିଥିଲେ ଦଳ ରିମୋଟ କଣ୍ଟ୍ରୋଲରେ ଚାଲୁଛି ।

Leave A Reply

Your email address will not be published.