Latest Odisha News

BREAKING NEWS

ଭୁବନେଶ୍ୱରରେ ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଭୁବନେଶ୍ୱର: ରାଜଧାନୀରେ ବଢୁଛି କରୋନା ସଂକ୍ରମଣ । ତାସହ ବଢୁଛି କଟକଣା । ଭୁବନେଶ୍ୱରରେ ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସିର ନର୍ଥ ଜୋନରେ ୪ଟି ଓ ଦକ୍ଷିଣପୂର୍ବ ଜୋନରେ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ କରାଯାଇଛି । ଏସବୁ ସ୍ଥାନରେ ୭ ଦିନ ଯାଏ କଟକଣା ବଳବତ୍ତର ରହିବ ।

ପ୍ରତି ସ୍ଥାନରୁ ଏକାଧିକ ଆକ୍ରାନ୍ତ ସଂକ୍ରମିତ ଚିହ୍ନଟ ପରେ ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନେଇଛି ବିଏମସି । କଣ୍ଟେମେଣ୍ଟ ଘୋଷିତ ଅଞ୍ଚଳର ଲୋକଙ୍କୁ ବିଏମସି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବ । ଗତ ତିନି ଦିନରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୨୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଗଲାଣି ।

ଭୁବନେଶ୍ୱରରେ ଗତକାଲି ୬୩୮ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ବିଏମସି ଅଞ୍ଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ୪୯୨କୁ ବୃଦ୍ଧି ପାଇଛି । ଏବେ ୧୮ଶହ ୮୭ଟି କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.