Latest Odisha News

BREAKING NEWS

ଆଜି ରାଜ୍ୟରୁ ୩୬୭୯ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ହଜାରେ ଟପିଲା

ଭୁବନେଶ୍ୱର: ରାଜ୍ୟରେ ଚାରି ହଜାର ମୁହାଁ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୬୭୯ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୨୧୪୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫୩୧ । ୧୮ ବର୍ଷ ଭିତରେ ଆଉ ୩୮୪ ପଜିଟିଭ୍ ବାହାରିଛନ୍ତି । ୨୯ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି ।

ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ହଜାରେ ଟପିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨୨୩ ପଜିଟିଭ୍ । ସୁନ୍ଦରଗଡ଼ରୁ ୫୮୨, ସମ୍ୱଲପୁରରୁ ୩୭୨, କଟକରୁ ଆଉ ୩୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡ଼ାରୁ ୧୩୪, ପୁରୀରୁ ୧୦୦ ନୂଆ ଆକ୍ରାନ୍ତ ବାହାରିଛନ୍ତି ।

ବାକି ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ମାଲକାନଗିରି ଜିଲ୍ଲାରୁ ଆଜି କେହି ସଂକ୍ରମିତ ହୋଇ ନାହାନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୬୬ହଜାର ୧୫୫କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୪୫ହଜାର ୯୭୧ । ୧୧ହଜାର ୬୬୩କୁ ବୃଦ୍ଧି ପାଇଛି ଆକ୍ଟିଭ୍ କେସ୍ ସଂଖ୍ୟା ।

Leave A Reply

Your email address will not be published.