Latest Odisha News

BREAKING NEWS

ଭୁବନେଶ୍ୱର XIMBରେ ୨୩ଜଣ କରୋନା, କ୍ୟାମ୍ପସକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭୁବନେଶ୍ୱରରେ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରୁ ବହୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨୩ ଜଣ ସଂକ୍ରମିତ ହେଲେଣି । ଏହାପରେ XIMB କ୍ୟାମ୍ପସକୁ ସିଲ କଲା ଭୁବନେଶ୍ୱର ମହାନଗର ନିଗମ । ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି ।

ବିଏମସିର ବିନା ଅନୁମତିରେ କେହି କ୍ୟାମ୍ପସ ଭିତରେ ପ୍ରବେଶ କି ବାହାରକୁ ବାହାରି ପାରିବେ ନାହିଁ । କ୍ୟାମ୍ପସ ଭିତରେ ଥିବା ଲୋକଙ୍କୁ ବିଏମସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ମେଡିସିନ୍ ଆଦି ଯୋଗାଇ ଦିଆଯିବ । XIMB କ୍ୟାମ୍ପସ ଭିତରେ ଥିବା ଅନ୍ୟ ଅନୁଷ୍ଠାନ ବି ଅନାଦେଶ ଯାଏ ବନ୍ଦ ରହିବ ।

ଶିକ୍ଷାନୁଷ୍ଠାନର ସବୁ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କର କୋଭିଡ୍ ଟେଷ୍ଚ କରାଯିବ । ସଂକ୍ରମିତଙ୍କୁ ଗୋଟିଏ ହଷ୍ଟେଲର ବିଭିନ୍ନ ରୁମରେ ଆଇସୋଲେସନରେ ରଖାଯାଇଛି । କୋଭିଡ୍ ଟେଷ୍ଟ ପରେ ପଜିଟିଭ୍ ଚିହ୍ନଟଙ୍କୁ ବି ସେହି ହଷ୍ଟେଲରେ ରଖାଯିବ । ଜରୁରିକାଳୀନ ସହାୟତା ପାଇଁ ବିଏମସିର କଣ୍ଟ୍ରୋଲ ରୁମ୍ (୭୮୪୭୮୭୩୦୪୦) କିମ୍ବା ଜୋନାଲ୍ ଡେପୁଟୀ କମିଶନରଙ୍କୁ (୯୭୭୭୭୬୫୩୭୧) କଲ୍ କରିପାରିବେ ।

Leave A Reply

Your email address will not be published.