ଭୁବନେଶ୍ୱର: ରାଜଧାନୀ ପାଇଁ ଭବିଷ୍ୟତରେ ମେଟ୍ରୋର ଆବଶ୍ୟକତା ରହିଛି। ରାଜ୍ୟ ସରକାର ବି ମେଟ୍ରୋ ସିଟି ପାଇଁ ଇଚ୍ଛୁକ କହିଲେ ନଗର ଉନ୍ନୟନ ମନ୍ତ୍ରୀ। ପୂର୍ବ ମେଟ୍ରୋ ପ୍ରକଳ୍ପ ପାଇଁ ଟ୍ରାଫିକ ସମସ୍ୟା ଉପୁଜୁଥିଲା। ଟେଷ୍ଟିଙ୍ଗ ସମୟରେ ଯାତାୟାତ ନେଇ ସମସ୍ୟା ଦେଖା ଦେଇଥିଲା। କାମ ଚାଲିଥିଲେ ସ୍ଥିତି ଜଟିଳ ହେଇଥାନ୍ତା ବୋଲି କହିଲେ କୃଷ୍ଣଚନ୍ଦ୍ର ମହାପାତ୍ର।
ଯାତାୟାତକୁ ଅଧିକ ସୁବିଧା କରିବା ପାଇଁ ରିଙ୍ଗ୍ ରୋଡ୍କୁ ଅନୁମୋଦନ ମିଳିଛି। ଏହି ୬ ଲେନ୍ କେବଳ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ନୁହେଁ ରାଜ୍ୟ ପାଇଁ ସୁବିଧା। କେନ୍ଦ୍ର ସରକାରଙ୍କ ସହାୟତାରେ ଆଗକୁ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ହେବ। ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପକୁ ନେଇ ଏମିତି ପ୍ରତିକ୍ରିୟା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ମନ୍ତ୍ରୀ ପୁଣି କହିଛନ୍ତି, ଏହାପରେ ସରକାର ଏକ ଟେକ୍ନିକାଲ୍ ଟିମ୍ ମଧ୍ୟ ଗଠନ କରିଛନ୍ତି, ବିଭିନ୍ନ ଜାଗାକୁ ଯାଇ ସ୍ଥିତି ଅନୁଧ୍ୟାନ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ ଟିମ୍ । ପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ମେଟ୍ରୋ ପ୍ରକଳ୍ପ ବିଷୟରେ କଥା ହେବେ। ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ଯେ ନିର୍ଦ୍ଦିଷ୍ଟ ସମୟ କହିପାରିବିନି ମାତ୍ର ଭୁବନେଶ୍ୱର ମେଟ୍ରୋପଲିଟାନ ସିଟି ଏବଂ ଏଠାରେ ମେଟ୍ରୋର ଆବଶ୍ୟକତା ରହିଛି। ଭବିଷ୍ୟତରେ ମେଟ୍ରୋ ମଧ୍ୟ ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।
Comments are closed.