Latest Odisha News

BREAKING NEWS

୬ଟି ଷ୍ଟେସନରେ ଅତିରିକ୍ତ ରହଣି କରିବ ଭୁବନେଶ୍ବର-ପଲାସା-ଭୁବନେଶ୍ବର ବିଶେଷ ଟ୍ରେନ୍

ଭୁବନେଶ୍ବର : ୬ଟି ଷ୍ଟେସନରେ ଅତିରିକ୍ତ ରହଣି କରିବ ଭୁବନେଶ୍ବର-ପଲାସା-ଭୁବନେଶ୍ବର ବିଶେଷ ଟ୍ରେନ୍ । ଆସନ୍ତା ୮ ତାରିଖରେ ଭୁବନେଶ୍ବରରୁ ଏବଂ ୯ ତାରିଖରେ ପଲାସାରୁ ୦୮୪୩୩/୦୮୪୩୪ ଭୁବନେଶ୍ବର-ପାଲାସା-ଭୁବନେଶ୍ବର ସ୍ପେଶାଲ୍ ଭୁବନେଶ୍ବର ଏବଂ ପଲାସା ମଧ୍ୟରେ ଆଉ ୬ଟି ଷ୍ଟେସନରେ ଅତିରିକ୍ତ ରହଣି କରିବ । ଏନେଇ ନିଷ୍ପତ୍ତି ନେଇଛି ରେଳବାଇ ।

ଏହି ଟ୍ରେନ୍ ସଂଶୋଧିତ ସମୟ ଏବଂ ସଂଶୋଧିତ ଗଠନ ସହିତ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅଣସଂରକ୍ଷିତ କୋଚ ସହିତ ଚଳାଚଳ କରିବ । ଏହି ଟ୍ରେନ୍ ଭୁବନେଶ୍ବର ଏବଂ ପଲାସା ମଧ୍ୟରେ ଏହାର ନିର୍ଦ୍ଧାରିତ ରହଣି ଷ୍ଟେସନ ସହିତ ଭୂଷଣ୍ଡପୁର, କୁହୁଡ଼ି, ଗଙ୍ଗାଧରପୁର, ଗଞ୍ଜାମ, ଗୋଳନ୍ଥରା ଏବଂ ସୁରଲା ରୋଡରେ ଅତିରିକ୍ତ ରହଣି କରିବ ।

ଏହି ଟ୍ରେନ୍ ଭୁବନେଶ୍ବରରୁ ସନ୍ଧ୍ୟା ୬ଟା ୩୫ ବଦଳରେ ୬ଟା ୧୦ରେ ଛାଡି ରାତି ୧୦ଟା ୩୫ରେ ପଲାସରେ ପହଞ୍ଚିବ । ଫେରିବା ମାର୍ଗରେ ଏହି ଟ୍ରେନ୍ ପଲାସାରୁ ସକାଳ ୬ଟାରେ ଛାଡି ଭୁବନେଶ୍ବରରେ ସକାଳ ୯ଟା ୪୫ରେ ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ । ଭୁବନେଶ୍ବର, ଖୋର୍ଦ୍ଧା ରୋଡ୍, ନିରାକାରପୁର, କାଳୁପଡାଘାଟ, ଏବଂ ବାଲୁଗାଁ ଷ୍ଟେସନରେ ଏହି ଟ୍ରେନର ସମୟ ସମୟ ସାରଣୀକୁ ସଂଶୋଧିତ କରାଯାଇଛି ।

Leave A Reply

Your email address will not be published.