Latest Odisha News

BREAKING NEWS

ଭୁବନେଶ୍ୱର ପିଏନ୍‌ବି ଠକେଇ ମାମଲା, ୮ ଜଣଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ପିଏନବିରୁ ୩୨କୋଟି ଟଙ୍କା ଠକେଇ ମାମଲାରେ ସିବିଆଇ ଆରମ୍ଭ କରିଛି ପଚରାଉଚରା । ଗୁରୁବାର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର କିଛି ଉଚ୍ଚ ପଦସ୍ଥ ଅଧିକାରି ଏବଂ ଗ୍ଳୋବାଲ ଟ୍ରେଡିଂ ସଲ୍ୟୁସନ ପ୍ରାଇଭେଟ ଲିମିଟେଡର ଅଧିକାରିଙ୍କୁ ଭୁବନେଶ୍ଵର ସିବିଆଇ କାର୍ଯ୍ୟାଳୟରେ ପଚରାଉଚରା କରାଯାଉଛି ।

ଭୁବନେଶ୍ବର ପିଏନବି ଷ୍ଟେଶନ ସ୍କୋୟାର ଶାଖାରେ ହୋଇଛି ଏହି ବଡ ଧରଣର ଠକେଇ । ବ୍ୟାଙ୍କ କର୍ମଚାରିଙ୍କୁ ହାତ କରି ୩୨ କୋଟି ଟଙ୍କା ଠକେଇ କରିଛି ଗ୍ଳୋବାଲ ଟ୍ରେଡିଂ ସଲ୍ୟୁସନ କମ୍ପାନୀ । ଠକେଇ  ସମ୍ପକରେ ଷ୍ଟେଶନ ଶାଖାର ମ୍ୟାନେଜର ଗଣପତ ଲାଲ ସିବିଆଇ ପାଖରେ ଅଭିଯୋଗ କରିଥିଲେ । କୋର୍ଟରୁ ସର୍ଚ୍ଚ ୱ।ରେଣ୍ଟ ବଳରେ ଓଡ଼ିଶା ସମେତ କୋଲକାତା, ବିଶାଖାପାଟଣା, ବରୋଦା ଏବଂ ଜମ୍ମୁରେ ଏକକାଳିନ ରେଡ କରିଥିଲା ସିବିଆଇ । ତଦନ୍ତ ବେଳେ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ ।

ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନର ଏମଡି ଅବିନାଶ ମହାନ୍ତି, ପୂର୍ବତନ ନିର୍ଦ୍ଦେଶକ କୌଶିକ ମହାନ୍ତି ଓ ଅଂଶୁମାନ ସାମନ୍ତରାୟ ଓ ନିର୍ଦ୍ଦେଶକ ବିଧୁଭୁଷଣ ନାୟକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ସିବିଆଇ । ପିଏନବି ଠକେଇ ସମୟରେ ଥିବା ମହାପ୍ରବନ୍ଧକ ନାଗମଣି ସତ୍ୟନାରାୟଣ ପ୍ରକାଶ, ଏଜିଏମ ସିଏସ ଶର୍ମା, ମୁଖ୍ୟ ପ୍ରବନ୍ଧକ ମନୋରଞ୍ଜନ ଦାସ ଏବଂ ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ପ୍ରିୟତୋଷ ଦାସଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି

Leave A Reply

Your email address will not be published.