Latest Odisha News

BREAKING NEWS

ଲାଗିଲା ଫାଷ୍ଟଫୁଡ୍ ଉପରେ କଟକଣା, ରାଜରାସ୍ତାରେ ଠିଆ ହୋଇ ଖାଇବା ମନା

ଭୁବନେଶ୍ୱର: ଫାଷ୍ଟଫୁଡ ଉପରେ ଲାଗିଲା କଟକଣା । ଏଣିକି ରାଜରାସ୍ତାରେ ଠିଆ ହୋଇ ଖୋଲାରେ ଖାଇପାରିବେନି ଗୁପଚୁପ, ଚାଟ୍ । ସମସ୍ତ ପ୍ରକାରର ଫାଷ୍ଟଫୁଡ ଓ ଜଳଖିଆ ଦୋକାନ ଉପରେ କଟକଣା ଲଗାଯାଇଛି । କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପଦକ୍ଷେପରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଫାଷ୍ଟଫୁଡ, ଜଳଖିଆ, ଗୁପଚୁପ, ଚାଟ, ଦହିବରା ଆଳୁଦମ, ବ୍ୟବସାୟୀଙ୍କୁ ଏନେଇ ସତର୍କ କରିଦିଆଯାଇଛି । କୋଭିଡ ନିୟମ ଅନୁଯାୟୀ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରଖି ବ୍ୟବସାୟୀ ମାନେ କେବେଳ ପାର୍ସଲ ଦେବେ । ଦୋକାନ ନିକଟରେ ଗ୍ରାହକ ମାନେ ଛିଡା ହୋଇ ଖାଉଥିବାର ନଜର ଆସିଲେ ଆଇନ ଅନୁଯାୟୀ ସଂପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯିବ । ଏଥିସହ ଫାଇନ ଆଦାୟ କରାଯିବ।

Leave A Reply

Your email address will not be published.