Latest Odisha News

ଜୁନ୍‌ ୧ରୁ ଛେନା ଓ ପନିର୍ ଦାମ୍‌ ବଢ଼ିବ

ଭୁବନେଶ୍ବର : ଜୁନ୍‌ ୧ରୁ ରାଜଧାନୀରେ ଛେନା ଓ ପନିର୍‌ ଦାମ ବଢ଼ିବ। ଛେନା କେଜି ପିଛା ୧୮୦ଟଙ୍କା ଓ ପନିର୍‌ କେଜି ୨୫୦ଟଙ୍କାରେ ବିକ୍ରି ହେବ ବୋଲି ଭୁବନେଶ୍ବର ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି ।  ସଂଘ ପକ୍ଷରୁ ସୋମବାର ଦିନ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି ଯେ ଓମଫେଡ୍ ପକ୍ଷରୁ ଗତ ଏପ୍ରିଲ ୨୧ରେ କ୍ଷୀର ଲିଟର ପିଛା ୨ଟଙ୍କା ବଢ଼ିବା ପରେ ସଂଘର ସଦସ୍ୟଙ୍କ ଉପରେ କ୍ଷୀର ସଂଗ୍ରହରେ ଆର୍ଥିକ ଚାପ ସୃଷ୍ଟି ହୋଇଛି ।

ଏପରିକି ଏବେ ପ୍ରତି କେଜି ଛେନା ଉପରେ ୧୨ଟଙ୍କା କ୍ଷତି ସହିବାକୁ ପଡ଼ୁଛି। କେବଳ ସେତିକି ନୁହେଁ, ଡିଜେଲ୍ ଓ ପେଟ୍ରୋଲ ଦାମ୍ ବଢ଼ିଥିବାରୁ ଗ୍ରାମାଞ୍ଚଳରୁ ଛେନା ଆଣି ରାଜଧାନୀରେ ଯୋଗାଇବା ଦ୍ବାରା ଅଧିକ ଆର୍ଥିକ ବୋଝ ପଡ଼ୁଛି। ତେଣୁ ଜୁନ୍‌ ୧ରୁ ଛେନା ଓ ପନିର୍‌ ଦର ବଢ଼ାଇବାକୁ ନିଷ୍ପତ୍ତି ହୋଇଛି ।

ଏହି ପୁନଃନିର୍ଦ୍ଧାରିତ ଦର ଭୁବନେଶ୍ବରର ସମସ୍ତ ମିଷ୍ଟାନ୍ନ ଭଣ୍ଡାରରେ ଲାଗୁ ହେବ ହେବ ବୋଲି ସଂଘର ସଭାପତି ଦିଲ୍ଲୀପ ହାଲି କହିଛନ୍ତି ।

Comments are closed.