Latest Odisha News

BREAKING NEWS

ସିଲ୍ ହେଲା ବାପୁଜିନଗର ରବିନ୍ଦ୍ର ମେଡିକାଲ ଷ୍ଟୋର, ଜଣେ ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱର ବାପୁଜିନଗର ସ୍ଥିତ ରବିନ୍ଦ୍ର ମେଡିକାଲ ଷ୍ଟୋରରେ ପଡିଲା ତାଲା । ବୁଧବାର ଏହି ମେଡିକାଲ ଷ୍ଟୋର ବିଏମ୍‌ସି ସିଲ୍ କରିଛି । ସେଠାକାର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ମେଡିକାଲ ଷ୍ଟୋରକୁ ବିଏମ୍‌ସି ପକ୍ଷରୁ ସିଲ୍ କରାଯାଇଛି ।

ଅନ୍ୟ ୧୩ ଜଣ କର୍ମଚାରୀଙ୍କ ସ୍ୱାବ୍ ନମୂନା ସଂଗ୍ରହ କରାଯାଇ ସେମାନଙ୍କୁ ୧୪ ଦିନିଆ ହୋମ୍ କ୍ୱାରେଂଟାଇନ୍ ପଠାଯାଇଛି । ସେପଟେ କରୋନା ସଂକ୍ରମିତ ହୋଇଥିବା କର୍ମଚାରୀଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କ କଂଟାକ୍ଟ ଟ୍ରେସିଂ ଚାଲିଥିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି ।

Comments are closed.