Latest Odisha News

BREAKING NEWS

ଭାରତରେ ଲ୍ୟାଣ୍ଡ କଲା ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲା ଫ୍ରାନ୍ସରୁ ଆସୁଥିବା ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ । ଅମ୍ବାଲା ଏୟାରବେସ୍‌ରେ କଲା ଅବତରଣ । ୫ଟି ଯାଜ ରାଫେଲ ଯୁଦ୍ଧ ବିମାନ ଅମ୍ବଲା ଏୟାରବେସ୍‌ରେ ପହଂଚିଛି । ଫଳରେ ସବୁ ଅପେକ୍ଷାର ଅନ୍ତ ଘଟିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୫ଟି ଯାକ ଯୁଦ୍ଧ ବିମାନକୁ ସ୍ୱାଗତ କରିଛନ୍ତି । ଭାରତୀୟ ବାୟୁସେନାର ଇତିହାସରେ ନୂଆଯୁଗର ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।

ବିଶ୍ୱର ସବୁଠୁ ଶକ୍ତିଶାଳୀ ଓ ଅତ୍ୟାଧୁନିକ ଯୁଦ୍ଧ ବିମାନ ହେଉଛି ରାଫେଲ । ଅମ୍ବଲା ଏୟାର ବେସ୍‌ରେ ପହଂଚିବା ପୂବରୁ ଭାରତୀୟ ଆକାଶ ମାର୍ଗରେ ଦେଖିବାକୁ ମିଳିିଥିଲା ରାଫେଲ ଯୁଦ୍ଧ ବିମାନର ଚିତ୍ର । ୫ଟି ରଫେଲ ଜେଟ୍‌କୁ ସୁଖୋଇ-୩୦ ବିମାନ ସୁରକ୍ଷା ବଳୟ ମଧ୍ୟରେ ଅମ୍ବଲା ଏୟାରବେସ୍‌କୁ ନେଇଥିଲା । ସେହିପରି ଫାଇଟର ଜେଟ୍ ଭାରତୀୟ ବାୟୁସୀମାରେ ପ୍ରବେଶ କରିବା ପରେ ଏହାକୁ ବାୟୁସେନାର ଭିଡିଓ ସିଗ୍ନଲା ତରଫରୁ ସ୍ୱାଗତ କରାଯାଇଛି । ରାଫେଲ ଜେଟ୍ ଲ୍ୟାଣ୍ଡିଂ ବେଳେ ଏୟାବେସ୍‌ରେ ବାୟୁସେନା ମୁଖ୍ୟ ଆର୍‌କେଏସ୍ ଭଦୋରିଆ ଏହାକୁ ସ୍ୱାଗତ କରିଥିଲେ । ସେହିପରି ବିମାନ ଗୁଡିକୁ ୱାଟର ସାଲ୍ୟୁଟ ମଧ୍ୟ ଦିଆଯାଇଛି ।

ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୫ଟି ଯାକ ରାଫେଲ ସୁରକ୍ଷିତ ଲ୍ୟାଣ୍ଡିଂ କରିଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭାରତ ମାଟିରେ ରାଫେଲ ଯୁଦ୍ଧ ବିମାନ ପାଦ ଦେବା କ୍ଷଣି ପ୍ରତିରକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଏହା ବାୟୁସେନାର ଯୁଦ୍ଧ କ୍ଷମତାକୁ ଆହୁରି ବୃଦ୍ଧି କରିବ ।

ଘଂଟା ପ୍ରତି ସର୍ବାଧିକ ଗତି ୨,୧୩୦ କିଲୋମିଟର ଉଡିବାର କ୍ଷମତା ରଖିଛି ରାଫେଲ । ଏହାସହ ୫୦ହଜାର ଫୁଟ୍ ଉଚ୍ଚରେ ଆରାମରେ ଉଡିବା ସହ ଆକ୍ରମଣ କରିପାରିବ,  ଆକାଶରେ ୩ ହଜାର ୭ଶହ କିଲୋମିଟର୍ ପର୍ଯ୍ୟନ୍ତ ଟାର୍ଗେଟକୁ ଭେଦ କରିପାରିବ, ଡେଲ୍ଟା ଡେଣା ସାହଯ୍ୟରେ ଶୂନ୍ୟରେ ଗୋଟିଏ ସ୍ଥାନରେ ସ୍ଥିର ରହିିିବାର ରହିଛି କ୍ଷମତା । ସେହିପରି ଉନ୍ନତ ଇଂଜିନ୍ ଯୋଗୁଁ ମାତ୍ର ତିନି ସେକେଣ୍ଡରେ ଛୁଇଁପାରେ ସୁପର୍ସୋନିକ ସ୍ପିଡ୍, ଜଳ, ସ୍ଥଳ ଓ ଆକାଶରେ ଟାର୍ଗେଟ୍କୁ ନିର୍ଭୁଲ ଭାବେ ଲକ୍ଷ୍ୟଭେଦ କରିବା ସହ ଆକାଶରେ ଉଡୁଥିବା ଅବସ୍ଥାରେ ଇନ୍ଧନ ଭରିପାର କ୍ଷମତା ରହିଛି । ଏବଂ ପରମାଣୁ ଅସ୍ତ୍ର ଧରି ଶତ୍ରୁପକ୍ଷ ଉପରେ ମାତ୍ର କେଇ ସେକେଣ୍ଡରେ ମାଡ କରିବାର ରହିଛି କ୍ଷମତା ।

Leave A Reply

Your email address will not be published.